ଓଡ଼ିଶା ଲିଡ୍ସ(ବ୍ୟୁରୋ): ଦିଲ୍ଲୀ ଲାଲକିଲ୍ଲା ବିସ୍ପୋରଣ ପରେ ସାରା ରାଜ୍ୟରେ ହାଇ ଆଲର୍ଟ ଜାରି କରାଯାଇଛି । ପୁରୀ ଉପରେ ତୀକ୍ଷ୍ମ ଦୃଷ୍ଟି ରଖା ଯାଇଛି । ଏହି ସମୟରେ କଟକରେ ପ୍ରସିଦ୍ଧ ବାଲିଯାତ୍ରା ଆୟୋଜିତ ହେଉଛି । ଦୈନିକ ଲକ୍ଷଲକ୍ଷ ଲୋକଙ୍କର ଏଠାରେ ସମାଗମ ହେଉଛି । ଦିଲ୍ଲୀ ବିସ୍ପୋରଣ ପରେ ବାଲିଯାତ୍ରାରେ ସୁରକ୍ଷାକୁ ନେଇ ସାଧାରଣରେ ଚିନ୍ତା ପ୍ରକାଶ ପାଇଛି । ସରକାର ଏ ନେଇ ତ୍ୱରିତ ପଦକ୍ଷେପ ନେବାକୁ ଦାବି ହୋଇଛି ।




















