ଓଡ଼ିଶା ଲିଡ୍ସ(ବ୍ୟୁରୋ): ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିଛନ୍ତି ରାଜ୍ୟ ଭାରତୀୟ ଜନତା ପାର୍ଟି ସଭାପତି ମନମୋହନ ସାମଲ । ଶ୍ରୀ ସାମଲ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି ଭାରତୀୟ ଜନତା ପାର୍ଟି ଓଡିଶାର ପ୍ରତିଷ୍ଠାତା ସଦସ୍ୟ, ପୂର୍ବତନ ରାଜ୍ୟ ସଭାପତି, ଦେବଗଡ଼ ଲୋକସଭାର ଲୋକପ୍ରିୟ ଜନନେତା, ବିକାଶର ବାହକ, ପୂର୍ବତନ କେନ୍ଦ୍ର ପରିବହନ ମନ୍ତ୍ରୀ ଡ. ଦେବେନ୍ଦ୍ର ପ୍ରଧାନଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଏବଂ ମର୍ମାହତ ।
ଜଣେ ଉଚ୍ଚକୋଟୀର ଡାକ୍ତର ହୋଇଥିଲେ ବି ନିଜର ପେଶାକୁ ପରିତ୍ୟାଗ କରି ଜନସେବା ନିମନ୍ତେ ନିଜକୁ ଉତ୍ସର୍ଗୀକୃତ କରିଥିଲେ । ତାଙ୍କର ବିୟୋଗ ରାଜ୍ୟରେ ଏକ ଅପୂରଣୀୟ କ୍ଷତି ସୃଷ୍ଟି କରିଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ମୁଁ ମୋର ସମବେଦନା ଜଣାଉଛି ।
