ଓଡ଼ିଶା ଲିଡ୍ସ(ଯାଜପୁର): ନିକଟରେ ବରୀ ମାଉଣ୍ଡ-ଦରଘା ରାସ୍ତା ପ୍ରଶସ୍ଥ ହେବା ପରେ ପିଚୁ କରାଯାଇଛି । ପୂର୍ତ୍ତ ବିଭାଗର ଏହି ରାସ୍ତାର କିଛି ସ୍ଥାନରେ ସୁରକ୍ଷା ପାଇଁ ଆଲମୁନିୟମ ବାଡ଼ା ମଧ୍ୟ ନିର୍ମାଣ କରାଯାଇଛି । ହେଲେ ପିଚୁ ପରେ ରାସ୍ତାର ଉଭୟ ପଟରେ ନାଲି ମାଟି ନପକାଇ ଠିକାଦାର ଛାଡି ଦେଇଥିବା ଦେଖା ଯାଇଛି । ତୁରନ୍ତ ରାସ୍ତାର ଉଭୟ ପଟରେ ନାଲି ମାଟି ପକାଇବାକୁ ବିଭାଗୀୟ ଅଧିକାରୀ ପଦକ୍ଷେପ ନେବାକୁ ଦାବି ହୋଇଛି ।




















