ଓଡ଼ିଶା ଲିଡ୍ସ(ବ୍ୟୁରୋ): ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କର ଆଜି ସକାଳେ ଏକ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି । ତାଙ୍କ ଦେହାନ୍ତରେ ଓଡ଼ିଶା ସରକାରଙ୍କ ପୂର୍ବତନ ଗ୍ରାମ୍ୟ ଉନ୍ନୟନ, ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ଗଭୀର ଶୋକ ପ୍ରକାଶ କରିଛନ୍ତି । ନିଜ ଶୋକ ବାର୍ତ୍ତାରେ ଇଂ ଘଡାଇ କହିଛନ୍ତି ଏହି ଖବର ମୋତେ ମର୍ମାହତ କରିଛି । ତାଙ୍କ ଦେହାନ୍ତ ମହାରାଷ୍ଟ୍ର ରାଜନୀତିରେ ବିରାଟ ଶୂନ୍ୟ ସ୍ଥାନ ସୃଷ୍ଟି କରିଛି । ଭଗବାନ ତାଙ୍କ ଅମର ଆତ୍ମାକୁ ଶାନ୍ତି ପ୍ରଦାନ କରିବା ସହିତ ଏଭଳି ଦୁଃଖ ସମୟରେ ତାଙ୍କ ପରିବାରକୁ ଅସୀମ ଧର୍ଯ୍ୟ ପ୍ରଦାନ କରନ୍ତୁ । ଏଥି ସହିତ ଅନ୍ୟ ମୃତକ ମାନଙ୍କୁ ମଧ୍ୟ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଇଂ ଘଡାଇ ।




















