ଓଡ଼ିଶା ଲିଡ୍ସ(ବ୍ୟୁରୋ): ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ଭୟଙ୍କର ଆତଙ୍କବାଦୀ ଆକ୍ରମଣ ଅତି ଯୋଜନାବଦ୍ଧ ଥିଲା । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଅଧିକରୁ ଅଧିକ ହିନ୍ଦୁମାନଙ୍କ ଜୀବନ ନେବାକୁ ଏହା ଏକ ଯୋଜନା ଥିଲା।
ମଙ୍ଗଳବାର ଦିନ ହୋଇଥିବା ଏହି ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ୧୧ ଜଣ ଗୁରୁତର ଆହତ ହୋଇଥିଲେ ।ମୃତାହତ ମାନଙ୍କ ମଧ୍ୟରୁ ଅଧିକାଂଶ ଥିଲେ ପର୍ଯ୍ୟଟକ । ବିଭିନ୍ନ ସମୟରେ ଏହି ଉପତ୍ୟକାରେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରି ବିଗତ ଦିନରେ ଘଟିଥିବା ଆକ୍ରମଣ ଘଟଣା ମଧ୍ୟରୁ ଏହା ହେଉଛି ସବୁଠାରୁ ନିନ୍ଦନୀୟ ଘଟଣା ।
ସୂତ୍ର ଅନୁଯାୟୀ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣରେ ପାକିସ୍ତାନୀ ଏବଂ ସ୍ଥାନୀୟ କଶ୍ମୀରୀ ଆତଙ୍କବାଦୀ ଉଭୟ ସାମିଲ ଥିଲେ। ଛଅ ଜଣ ଆତଙ୍କବାଦୀ ଏହି ବର୍ବର କାଣ୍ଡ ଘଟାଇ ଥିବା ବିଶ୍ୱାସ କରାଯାଉଛି । ସେମାନଙ୍କୁ ସ୍ଥାନୀୟ ଲୋକେ ସାହାଯ୍ୟ କରିଥିଲେ, ଆକ୍ରମଣକାରୀ ଆକ୍ରମଣ କରିବା ପୂର୍ବରୁ ରେକି କରିଥିଲେ।
ସୁରକ୍ଷା ଵ୍ୟଵସ୍ଥାରେ ଢିଲା ଥିବାରୁ ଆତଙ୍କବାଦୀମାନେ ବିଶେଷ ଭାବରେ ବୈସାରନକୁ ଆକ୍ରମଣ ପାଇଁ ବାଛିଥିଲେ। ପହଲଗାମରୁ ପ୍ରାୟ ୬.୫ କିଲୋମିଟର ଦୂରରେ ଥିବା ଏହି ଦୁର୍ଗମ ସ୍ଥାନଟି କେବଳ ପାଦଚଲା କିମ୍ବା ଦୁଇ ଚକିଆ ଗାଡ଼ି ପାଇଁ ପ୍ରଜୁଜ୍ୟ । ଯାହା ଫଳରେ ଉଦ୍ଧାର କାର୍ଯ୍ୟ ବିଳମ୍ବ ହେବ ଏବଂ ମୃତାହତ ହେବାର ସମ୍ଭାବନା ଆହୁରି ଅଧିକ ରହିବ ।