ଓଡ଼ିଶା ଲିଡ୍ସ(ବ୍ୟୁରୋ): ବରିଷ୍ଠ ମହିଳା ଆଇଏଏସ ଅଧିକାରୀ ଅନୁ ଗର୍ଗ ରାଜ୍ୟର ମୁଖ୍ୟ ଶାସନ ସଚିବ ହୋଇଛନ୍ତି । ଆଜି ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୧୯୯୧ ବ୍ୟାଚର ଅନୁ ଗର୍ଗ ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ହୋଇ ଇତିହାସ ରଚିଛନ୍ତିବ। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଆଗାମି ୩୧ ତାରିଖରେ ଅବସର ଗ୍ରହଣ କରିବେ । ଜଣେ ଦକ୍ଷ ଆଇଏଏସ ଅଧିକାରୀ ଭାବେ ଅନୁ ଗର୍ଗଙ୍କର ବେଶ ପରିଚୟ ରହିଛି ।




















