orissaleads

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ପାକିସ୍ତାନରେ ମହଙ୍ଗା ମାଡ଼: ଟମାଟୋ କିଲୋ ୬୦୦, ଅଦା କିଲୋ ୭୫୦ ଟଙ୍କା

ପାକିସ୍ତାନରେ ମହଙ୍ଗା ମାଡ଼: ଟମାଟୋ କିଲୋ ୬୦୦, ଅଦା କିଲୋ ୭୫୦ ଟଙ୍କା

ପାକିସ୍ତାନ ଉପରେ ଆଫ୍ଗାନିସ୍ତାନର ଆକ୍ରମଣ: ୫୮ ପାକ୍ ସୈନିକଙ୍କ ମୃତ୍ୟୁ ଦାବି କଲା ଆଫଗାନିସ୍ତାନ

ପାକିସ୍ତାନ ଉପରେ ଆଫ୍ଗାନିସ୍ତାନର ଆକ୍ରମଣ: ୫୮ ପାକ୍ ସୈନିକଙ୍କ ମୃତ୍ୟୁ ଦାବି କଲା ଆଫଗାନିସ୍ତାନ

ଗାଜା ଷ୍ଟ୍ରିପରେ ଇସ୍ରାଏଲର ବିମାନ ଆକ୍ରମଣ, ମୃତ୍ୟୁ ମୁଖରେ ୪୦ ପାଲେଷ୍ଟାଇନ ନାଗରିକ

ଗାଜା ଷ୍ଟ୍ରିପରେ ଇସ୍ରାଏଲର ବିମାନ ଆକ୍ରମଣ, ମୃତ୍ୟୁ ମୁଖରେ ୪୦ ପାଲେଷ୍ଟାଇନ ନାଗରିକ

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ମନ୍ତ୍ରୀ

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ମନ୍ତ୍ରୀ

ଟୁଟୁ ନାହିଁ ଭାରତ-ଆମେରିକା ବିବାଦ, ରୁଷରେ ପହଞ୍ଚିଲେ ଅଜିତ ଡୋଭାଲ

ଟୁଟୁ ନାହିଁ ଭାରତ-ଆମେରିକା ବିବାଦ, ରୁଷରେ ପହଞ୍ଚିଲେ ଅଜିତ ଡୋଭାଲ

୭ ମାସ ମଧ୍ୟରେ ୧୭ ଶହ ଭାରତୀୟଙ୍କୁ ବିଦା କରିଛି ଆମେରିକା, ପଞ୍ଜାବ ଓ ହରିୟାଣାରୁ ସର୍ବାଧିକ

୭ ମାସ ମଧ୍ୟରେ ୧୭ ଶହ ଭାରତୀୟଙ୍କୁ ବିଦା କରିଛି ଆମେରିକା, ପଞ୍ଜାବ ଓ ହରିୟାଣାରୁ ସର୍ବାଧିକ

ପ୍ରୀତିରଞ୍ଜନଙ୍କ ଆଶୁ ଆରୋଗ୍ୟ କାମନା କଲେ ସମର୍ଥକ

ପ୍ରୀତିରଞ୍ଜନଙ୍କ ଆଶୁ ଆରୋଗ୍ୟ କାମନା କଲେ ସମର୍ଥକ

ସୁନା ଝିଅଙ୍କୁ ସମ୍ବର୍ଦ୍ଧିତ କଲେ ହିମାଂଶୁ

ସୁନା ଝିଅଙ୍କୁ ସମ୍ବର୍ଦ୍ଧିତ କଲେ ହିମାଂଶୁ

ଅଶାନ୍ତ ମଧ୍ୟପ୍ରାଚ, ଇରାନର ତିନିଟି ପରମାଣୁ କେନ୍ଦ୍ରରେ ଆମେରିକାର ପ୍ରବଳ ବୋମା ମାଡ଼

ଅଶାନ୍ତ ମଧ୍ୟପ୍ରାଚ, ଇରାନର ତିନିଟି ପରମାଣୁ କେନ୍ଦ୍ରରେ ଆମେରିକାର ପ୍ରବଳ ବୋମା ମାଡ଼

ଆମେରିକାକୁ ହମାସର ଚେତାବନୀ, ଇରାନ ବିରୁଦ୍ଧରେ ସାମରିକ ହସ୍ତକ୍ଷେପ ବିଷୟରେ ଚିନ୍ତା କଲେ ପରିଣାମ ଭୟଙ୍କର ହେବ

ଆମେରିକାକୁ ହମାସର ଚେତାବନୀ, ଇରାନ ବିରୁଦ୍ଧରେ ସାମରିକ ହସ୍ତକ୍ଷେପ ବିଷୟରେ ଚିନ୍ତା କଲେ ପରିଣାମ ଭୟଙ୍କର ହେବ

Blog Post

orissaleads > ଜିଲ୍ଲା > ଯାଜପୁର > ଅପାସୋରା ସ୍ମୃତି:ଜଟଣୀର ସୁନା ଝିଅ, ବରୀର ସୁନା ବୋହୁ, ଡାକ୍ତର ସୁରେଖା ଓଝା

ଅପାସୋରା ସ୍ମୃତି:ଜଟଣୀର ସୁନା ଝିଅ, ବରୀର ସୁନା ବୋହୁ, ଡାକ୍ତର ସୁରେଖା ଓଝା

ଓଡ଼ିଶା ଲିଡ୍ସ(ଯାଜପୁର): ବରୀ ଅଞ୍ଚଳରେ ନାରୀ ମଙ୍ଗଳ ସେବା ସଦନ କହିଲେ ବରୀ ବାଗଦା ସ୍ଥିତ ଡାକ୍ତର ସୁରେଖା ଓଝାଙ୍କ ବାସଗୃହରେ ଥିବା ଘରୋଇ ଚିକତ୍ସାଳୟକୁ ବୁଝାଏ । ଏହି ଘରୋଇ ଚିକତ୍ସାଳୟରେ ସ୍ୱର୍ଗତା ଓଝା ଦୀର୍ଘ ୫୬ ବର୍ଷ ଧରି ବରୀ ଅଞ୍ଚଳର ଲକ୍ଷ ଲକ୍ଷ ରୋଗୀଙ୍କ ଆହୋରାତ୍ର ସେବା କରିଛନ୍ତି । କି ବର୍ଷା, କି ଖରା କି ଶୀତ ରୋଗୀ କେବେ ତାଙ୍କ ନିକଟରୁ ଚିକିତ୍ସା ନପାଇ ଫେରି ନାହିଁ । ଜଣେ ସ୍ତ୍ରୀ ରୋଗ ବିଶେଷଜ୍ଞ ଭାବେ ସେ ବେଶ ସୁନାମ ଅର୍ଜନ କରିଥିଲା ବେଳେ ୧୦ ହଜାରରୁ ଅଧିକ ଶିଶୁ ତାଙ୍କ ଘରୋଇ ଚିକିତ୍ସାଳୟରେ ଜନ୍ମ ହୋଇଛନ୍ତି ।

ନଦୀନାଳ ଘେରା ବରୀ ଏକଦା ଗମନା ଗମନ ଠାରୁ ଦୂରରେ ଥିଲା । ବରୀକୁ ଆସିଲେ କେଉଁଠି ନା କେଉଁଠି ନଦୀ ନାଳ ପାର କରିବାକୁ ହୁଏ। ବିକଳ ସ୍ୱାସ୍ଥ୍ୟସେବା ବରୀବାସୀଙ୍କ ଚିନ୍ତାର ପ୍ରମୁଖ କାରଣ ଥିଲା । ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ଅବସ୍ଥାରେ ଥିଲା ବେଳେ ଗୋପବନ୍ଧୁ ଚୌଧୁରୀ ଓ ରମାଦେବୀଙ୍କ ସମୟର ମାତୃମଙ୍ଗଳ କେନ୍ଦ୍ର କେବଳ ପ୍ରସୂତୀଙ୍କ ଏକମାତ୍ର ଚିକିତ୍ସା କେନ୍ଦ୍ର ଥିଲା।

ଏପରି ଏକ ସମୟରେ ୧୯୬୭ ମସିହାରେ ଡାକ୍ତର ସୁରେଖା ଓଝାଙ୍କ ବିବାହ ବରୀ ଅଞ୍ଚଳର ବିଶିଷ୍ଟ ଶିକ୍ଷାବିତ ତଥା ତତ୍କାଳୀନ କେନ୍ଦ୍ରାପଡ଼ା କଲେଜର ଇଂରାଜୀ ଅଧ୍ୟାପକ କୃଷ୍ଣଚନ୍ଦ୍ର ଓଝାଙ୍କ ସହିତ ହୋଇଥିଲା। ଏହା କିନ୍ତୁ ବରୀବାସୀଙ୍କ ପାଇଁ ଆଶିର୍ବାଦ ହୋଇଥିଲା । ଖୋର୍ଦ୍ଧା ଜିଲ୍ଲା ଜଟଣୀ ଗୋବିନ୍ଦପୁର ଗ୍ରାମର ସ୍ବର୍ଗତ ରାଜକିଶୋର ମହାପାତ୍ର ଓ ଆଶାମଣିଙ୍କ କୋଳରେ ୧୯୪୨ ମସିହା ଡିସେମ୍ବର ମାସ ୨୩ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ସ୍ୱର୍ଗତା ଓଝା।ଯେତେବେଳେ ଜଣେ ଡାକ୍ତରୀ ପାଠ ପଢିବା ସ୍ୱପ୍ନ ଥିଲା ସେତେବେଳେ କଟକ ଶ୍ରୀରାମଚନ୍ଦ୍ରଭଞ୍ଜ ମେଡ଼ିକାଲ କଲେଜରେ ଡାକ୍ତରୀ ଛାତ୍ରୀ ଭାବେ ଅଧ୍ୟୟନ କରୁଥିଲେ ସୁରେଖା ଓଝା ।

ପାଠ ପଢୁଥିଲା ବେଳେ ୧୯୬୭ ମସିହାରେ ତାଙ୍କର ବିବାହ ହୋଇଥିଲା କୃଷ୍ଣଚନ୍ଦ୍ର ଓଝାଙ୍କ ସହିତ। ବିବାହ ପରେ ଡାକ୍ତରୀ ପାଠ ଶେଷ କରି ସରକାରୀ ଚାକିରୀ ନକରି ବିବାହର ୩ ବର୍ଷ ପରେ ଅର୍ଥାତ ୧୯୭୦ ମସିହାରେ ଜଣେ ଦାୟିତ୍ୱ ସମ୍ପନ୍ନ ବୋହୁ ଭାବେ ବରୀର ସେବା କରିବା ପାଇଁ ନିଷ୍ପତି ନେଇଥିଲେ । ବରୀ ବଗଦା ସ୍ଥିତ ନିଜ ବାସଭବନରେ ଆରମ୍ଭ ହେଲା ନାରୀ ମଙ୍ଗଳ ସେବା ସଦନ ନାମରେ ଘରୋଇ ଚିକିତ୍ସାଳୟ। ବିଶେଷ ଭାବେ ଶିଶୁ ଓ ପ୍ରସୂତୀ ମାନଙ୍କୁ ସେବା ଯୋଗାଇ ସମଗ୍ର ବରୀ ଓ ପାଖଆଖ କେତକ ବ୍ଲକରେ ମଧ୍ୟ ବେଶ ଶ୍ରଦ୍ଧା, ସମ୍ମାନ ଓ ବିଶ୍ୱାସ ଶ୍ରୁଷ୍ଟି କଲେ ।

ବରୀ ଅଞ୍ଚଳର ୩ପିଢିକୁ ସେବା ଯୋଗାଇ ଏହି ମହିୟସୀ ମହିଳା ଡାକ୍ତର ସେବାର ଅନନ୍ୟ ଉଦାହରଣ ପାଲଟି ଯାଇଥିଲେ । କାହା ପାଇଁ ବୋଉ, ବଡ଼ବୋଉ, ଖୁଡି ଭାବେ ସେ ପରିଚୟ ସୃଷ୍ଟି କରିଥିଲେ । ସ୍ବାମୀ ଉଚ୍ଚ ବେତନ ପ୍ରାପ୍ତ ଶିକ୍ଷାବିତ୍, ନିଜେ ପେସାରେ ଡାକ୍ତର ହୋଇ ମଧ୍ୟ ଜଣେ ସାଧାରଣ ଗୃହିଣୀ ଭାବେ ରହିବାକୁ ପସନ୍ଦ କରୁଥିଲେ । ବୃତ୍ତି ଗତ ରୋଗୀ ସେବା ସହିତ ଜଣେ ସୁଗୃହିଣୀ ଭାବେ ପରିବାର ଯତ୍ନ ମଧ୍ୟ ନେଇଥାନ୍ତି। ଓଡ଼ିଆ ଘରର ପୂଜାପାଠ ଓ ପରମ୍ପରା ଉପରେ ମଧ୍ୟ ସମାନ ଗୁରୁତ୍ବ ଦେଇଥାନ୍ତି । ରୋଗୀ ମାନଙ୍କୁ ତାଙ୍କ ମାତୃବତ ବ୍ୟବହାର ସମସ୍ତଙ୍କୁ ଆପଣାର କରିଥାଏ। ତିନିପୁତ୍ରର ମା ହୋଇଥିଲା ବେଳେ ବଡ଼ ପୁଅ ବରୀ ଅଞ୍ଚଳର ବିଶିଷ୍ଟ ବ୍ୟବସାୟୀ, ଦ୍ଵିତୀୟ ପୁତ୍ର ଇଞ୍ଜିନିୟର ଓ ସାନପୁଅ ସରକାରୀ ଡାକ୍ତର । ପୁଅ, ବୋହୁ, ନାତି, ନାତୁଣୀଙ୍କୁ ନେଇ ତାଙ୍କ ପରିବାରର ସେ ହିଁ ଥିଲେ ମୁଖ୍ୟ । ସମସ୍ତଙ୍କୁ ଗୋଟିଏ ସୁତାରେ ବାନ୍ଧି ରଖିଥିଲେ ।

ଜଣେ ମହିୟସୀ ମହିଳା ଭାବେ ଜୀବନର ଶେଷ ସମୟ ପଯ୍ୟନ୍ତ ସେବା ଯୋଗାଇ ଗତ ଗତ ୨୯ ତାରିଖରେ ପରଲୋକ ଗମନ କରିଥିଲେ । ତାଙ୍କୁ ହରାଇ ସମଗ୍ର ବରୀ ଅଞ୍ଚଳ ଆଜି ଶୋକରେ ବୁଡି ଯାଇଥିଲା। ସମସ୍ତଙ୍କ ମୁହଁରେ ଥିଲା ସୁରେଖା ଓଝା ଚାଲିଗଲେ । ଆଜି ତାଙ୍କର ଏକାଦଶାହ ତିଥିରେ ସମଗ୍ର ବରୀ ଅଞ୍ଚଳବାସୀ ଅମର ଆତ୍ମାର ସଦ୍ ଗତି କାମନା କରିବା ସହିତ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି ତାଙ୍କ ପ୍ରିୟ ମଣିଷ ଡାକ୍ତର ସୁରେଖା ଓଝାଙ୍କୁ । ଏହି ମହାନ ଡାକ୍ତରଙ୍କୁ ଓଡ଼ିଶା ଲିଡ୍ସ ପରିବାର ପକ୍ଷରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ।

Leave a comment

Your email address will not be published. Required fields are marked *