ଓଡ଼ିଶା ଲିଡ୍ସ(ବ୍ୟୁରୋ): ଦେଶରେ ଅଶ୍ଳୀଳତା ରୋକିବାକୁ ସରକାର ବଡ଼ ପଦକ୍ଷେପ ନେଇ ବ୍ୟାନ୍ ହେଲା ୨୫ଟି ଅଶ୍ଲିଳ ଆପ ଉପରେ ବ୍ୟାନ ଲଗାଇଛନ୍ତି ।
ଏନେଇ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ବ୍ୟାନ୍ ହୋଇଥିବା ସମସ୍ତ ୨୫ ଆପ ଆପତ୍ତିଜନକ ବିଜ୍ଞାପନ ଏବଂ ଅଶ୍ଳୀଳ କଣ୍ଟେଣ୍ଟ ପ୍ରସାରଣ କରୁଥିଲେ । ଯାହାକି ଭାରତୀୟ ଆଇନର ଉଲ୍ଲଙ୍ଘନ । ଏ ନେଇ ବିଭିନ୍ନ ସଂଗଠନ ଓ ବୁଦ୍ଧିଜୀବି ଏହି ସବୁ ଆପ ବିରୋଧରେ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇ ତଦନ୍ତ କରାଯାଇଥିଲା । ତଦନ୍ତ ବେଳେ ଏହି ସବୁ ଆପରେ ୱେବ ସିରିଜ ନାଁରେ ଖୋଲାଖୋଲି ଭାବେ ଅଶ୍ଳୀଳ କଣ୍ଟେଣ୍ଟ ପ୍ରସାରିତ ହେଉଥିବା ଜଣା ଯାଇଥିଲା ।
ଏହା ପୂର୍ବରୁ ମଧ୍ୟ ସରକାର ବଡ଼ ପଦକ୍ଷେପ ସ୍ୱରୂପ ଓଟିଟି ପ୍ଲାଟଫର୍ମ ଉପରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ । ମାର୍ଚ୍ଚ ମାସରେ ଅଶ୍ଳୀଳ ଓ ଆପତ୍ତିଜନକ କଣ୍ଟେଣ୍ଟ ପାଇଁ ୧୯ଟି ୱେବ ସାଇଟ, ୧୦ଟି ଆପ ଓ ୫୭ଟି ସୋସିଆଲ ମିଡିଆ ହ୍ୟାଣ୍ଡେଲକୁ ବ୍ୟାନ କରିଥିଲେ ।