ଓଡ଼ିଶା ଲିଡ୍ସ(ବ୍ୟୁରୋ): ଆଜି ମହିଳା ବିଶ୍ୱକପ କ୍ରିକେଟର ଫାଇନାଲ ମ୍ୟାଚ । ଏହି ହାଇଭୋଲଟେଜ ମ୍ୟାଚରେ ଭାରତ ଭେଟୁଛି ଦକ୍ଷିଣଆଫ୍ରିକାକୁ । ପୁରା ଦେଶର ନଜର ଆଜି ଏହି ଫାଇନାଲ ମ୍ୟାଚ ଉପରେ କେନ୍ଦ୍ରୀଭୂତ ହୋଇଛି । ଆଜି ଯିଏ ଜିତିବ ସେଇ ଦଳର ୫୨ ବର୍ଷର ସ୍ୱପ୍ନ ସାକାର ହେବ ।
ମୁମ୍ୱାଇର ଡିୱାଇ-ପାଟିଲ ଷ୍ଟାଡିୟମରେ ଏହି ଫାଇନାଲ ମ୍ୟାଚ ଅନୁଷ୍ଠିତ ହେଉଛି । ବର୍ଷା କାରଣରୁ ଟସରେ ବିଳମ୍ବ ହୋଇଛି । ପୂର୍ବରୁ ଭାରତୀୟ ମହିଳା ଦଳ ଦୁଇଥର ଫାଇନାଲରେ ପହଞ୍ଚିଥିବାବେଳେ ଉପ ବିଜେତାରେ ସନ୍ତୁଷ୍ଟ ହେବାକୁ ବାଧ୍ୟ ହୋଇଚିବ। ଆଉ ପ୍ରଥମ ଥର ପାଇଁ ଫାଇନାଲରେ ସ୍ଥାନ ସୁରକ୍ଷିତ କରିଛି ଆଫ୍ରିକୀୟ ମହିଳା ଦଳ। ହରମନପ୍ରୀତ କୌର ଭାରତୀୟ ଦଳର ନେତୃତ୍ୱ ନେଉଥିଲା ବେଳେ ଲୌରା ୱୋଲଭାର୍ଡ ଦକ୍ଷିଣ ଆଫ୍ରିକା ଦଳର ନେତୃତ୍ୱ ନେଉଛନ୍ତି।
ସେମିଫାଇନାଲ୍ରେ ଦକ୍ଷିଣ ଆଫ୍ରିକା ଇଂଲଣ୍ଡକୁ ୧୨୫ ରନ୍ରେ ପରାସ୍ତ କରିଥିଲା । ଅନ୍ୟପକ୍ଷରେ, ଭାରତୀୟ ଦଳ ସେମିଫାଇନାଲ୍ରେ ଶକ୍ତିଶାଳୀ ତଥା ୭ ଥରର ବିଶ୍ୱ ବିଜେତା ଅଷ୍ଟ୍ରେଲିଆକୁ ହରାଇ ଫାଇନାଲରେ ପହଞ୍ଚିଛି । ଫର୍ମ ଅନୁଯାୟୀ ଦୁଇଟି ଦଳ ବିଶ୍ବକପ ଜିତିବା ପାଇଁ ପ୍ରମୁଖ ଦାବିଦାର ଅଛନ୍ତି। ଭାରତୀୟ ମହିଳା ଦଳ ନିଶ୍ଚିତ ବିଶ୍ବକପ ଜିତିବ ବୋଲି ଦେଶବାସୀ ଆଶା ରଖିଛନ୍ତି ।




















