ଓଡ଼ିଶା ଲିଡ୍ସ(ବ୍ୟୁରୋ): ଦୀର୍ଘ ଆଠ ବର୍ଷର ପ୍ରତିକ୍ଷାର ଅନ୍ତ ଘଟିଛି । ବିହାର ଠାରେ ଆୟୋଜିତ ଏସିଆ କପ ହକି ଚମ୍ପିୟନ୍ସ ଟ୍ରଫି ଫାଇନାଲରେ ଭାରତ ଦିଫେଣ୍ଡିଙ୍ଗ ଚମ୍ପିୟାନ କୋରିଆକୁ ୪-୧ ଗୋଲରେ ପରାସ୍ତ କରି ଚମ୍ପିୟାନ ହୋଇଛି । ଦୀର୍ଘ ଆଠ ବର୍ଷର ପ୍ରତୀକ୍ଷା ପରେ ଅଧିନାୟକ ହରମନପ୍ରୀତଙ୍କ ନେତୃତ୍ୱରେ ଭାରତ ଏସିଆ କପ ମୁକୁଟ ପିନ୍ଧିଛି । ଏହା ସହିତ ୨୦୨୭ ବିଶ୍ୱକପ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଛି ଭାରତ । ଯାହା ଭାରତୀୟ ହକି ପାଇଁ ଅନ୍ୟତମ ବଡ଼ ଉପଲବ୍ଧି ହୋଇଛି । ଭାରତର ଏହି ସଫଳତା କୁ ନେଇ ବିଭିନ୍ନ ମହଲରୁ ଟିମ ଇଣ୍ଡିଆକୁ ଶୁଭେଚ୍ଛା ପ୍ରଦାନ କରାଯାଇଛି ।
