ଓଡ଼ିଶା ଲିଡ୍ସ(ବ୍ୟୁରୋ): ଆସନ୍ତାକାଲି ଠାରୁ ବୋତଲରେ ମିଳିବନି ପେଟ୍ରୋଲ । ବାଲେଶ୍ୱର ଘଟଣାକୁ ନଜର ରଖି ଏମିତି ନିଷ୍ପତି ନେଇଛି ପେଟ୍ରୋଲ ବିକ୍ରେତା ସଂଘ । କେବଳ ସାମ୍ପୁଲ ଓ ଗାଡିରେ ପେଟ୍ରୋଲ ଦେବାକୁ ନିୟମ ଅଛି । ତେଣୁ କୌଣସି ପରିସ୍ଥିତିରେ ବୋତଲରେ ତେଲ ଦିଆଯିବ ନାହଁ । ଅତି ଆବଶ୍ୟକ ପଡିଲେ ଆଧାର କାର୍ଡ଼ ରଖି ପେଟ୍ରୋଲ ଦିଆଯିବ । ବାଲେଶ୍ୱର ଜିଲ୍ଲାରେ ଏହି ନିୟମ ଶୀଘ୍ର କାର୍ଯ୍ୟକାରୀ କରିବାକୁ ସଂଘ ନିଷ୍ପତି ନେଇଛି । ଗାଡିରେ ତେଲ ଯାଉନାହିଁ ବୋଲି ଯାହାର ସନ୍ଦେହ ହେବ ସେମାନେ ମେଜର ମାଧ୍ୟମରେ ତେଲ ଦେଖିପାରିବେ । ଆସନ୍ତାକାଲି ମୁଖ୍ୟ ଶାସନ ସଚିବଙ୍କ ସହ ଏ ନେଇ ଆଲୋଚନା ହେବ ।
ଏହି ନିଷ୍ପତ୍ତି ଜୁଲାଇ ୨୧ ତାରିଖରୁ କାର୍ଯ୍ୟକାରୀ ହେବ ବୋଲି ଓଡ଼ିଶା ପେଟ୍ରୋଲିୟମ ଡିଲରସ୍ ଆସୋସିଏସନର ରାଜ୍ୟ ସଭାପତି ଶଶାଙ୍କ ଶେଖର ସାହୁ ସୂଚନା ଦେଇଛନ୍ତି। ଏହି ନିଷ୍ପତ୍ତି ରାଜ୍ୟର ପ୍ରାୟ ୩ ହଜାରରୁ ଅଧିକ ପେଟ୍ରୋଲ ପମ୍ପ ଏବଂ ୩ଟି ଡିପୋରେ ଲାଗୁ ହେବ। ପେଟ୍ରୋଲିୟମ ଡିଲରସ୍ ଆସୋସିଏସନ ଏହାକୁ କଡ଼ାକଡ଼ି ପାଳନ କରିବା ପାଇଁ ସମସ୍ତ ପେଟ୍ରୋଲ ପମ୍ପ ମାଲିକ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛି।