ଓଡ଼ିଶା ଲିଡ୍ସ(ଯାଜପୁର): ଆସନ୍ତା ୨୦ ତାରିଖ ଦିନ ପବିତ୍ର ବକୁଳ ଅମାବାସ୍ୟା ତିଥିରେ ଯାଜପୁର ସ୍ଥିତ ବରାହନାଥ ଜୀଉଙ୍କ ସ୍ୱନକ୍ଷେତ୍ର ଦିବସ ପାଳିତ ହେବ । ଏହି ଦିନ ବରାହନାଥଙ୍କ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥାଏ । ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ଶ୍ରଦ୍ଧାଳୁ ମନ୍ଦିରକୁ ଆସି ଦର୍ଶନ କରିବା ସହିତ ଆଶିଷ କାମନା କରନ୍ତି । ଏହି ଦିବସକୁ ଶାନ୍ତି ଶୃଙ୍ଖଳା ସହିତ ପାଳନ କରିବାକୁ ଯାଜପୁର ତହସିଲଦାରଙ୍କ କାର୍ଯ୍ୟାଳୟରେ ଏକ ବୈଠକ ଆୟୋଜିତ ହୋଇ ଯାଇଛି । ବୈଠକରେ ମନ୍ଦିରର ମୁଖ୍ୟ ପୂଜକଙ୍କ ସହିତ ପୁରୋହିତ ଓ ସେବକ ମାନେ ଯୋଗଦେଇ ବିସ୍ତୃତ ଆଲୋଚନା କରିଥିଲେ ।




















