ଓଡ଼ିଶା ଲିଡ୍ସ(ବ୍ୟୁରୋ): ଫିଲଡିଂ ବେଳେ ଏକ କଷ୍ଟ ସାଧ୍ୟ କ୍ୟାଚ ନେବା ସମୟରେ ଆହତ ହୋଇଥିଲେ ଭାରତୀୟ ଏକ ଦିବସୀୟ ଉପ ଅଧିନାୟକ ଶ୍ରେୟସ ଆୟର । ତାଙ୍କ ଆହତ ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ ଘଟଣା ଘଟିବା ପରେ ପଞ୍ଜରା ହାଡ଼ ଭିତରେ ରକ୍ତସ୍ରାବ ହେବାରୁ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
୭ଦିନ ପର୍ଯ୍ୟନ୍ତ ଡାକ୍ତରଙ୍କ ରହିବେ ଶ୍ରେୟସ
ଶ୍ରେୟାସଙ୍କୁ ୨ରୁ ୭ଦିନ ପର୍ଯ୍ୟନ୍ତ ପର୍ଯ୍ୟବେକ୍ଷଣରେ ରଖାଯିବ ବୋଲି ଡାକ୍ତର କହିଛନ୍ତି । ରକ୍ତସ୍ରାବରୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି ବୋଲି ଡାକ୍ତର କହିଛନ୍ତି । ଏବେ ଡାକ୍ତରଙ୍କ ତତ୍ତ୍ବାବଧାନରେ ତାଙ୍କର ଚିକିତ୍ସା ଅଷ୍ଟ୍ରେଲିଆରେ ଜାରି ରହିଛି। ସୁସ୍ଥ ହେବା ପରେ ସେ ଭାରତ ଫେରିବେ ବୋଲି ସୂଚନା ମିଳିଛି ।




















