ଓଡ଼ିଶା ଲିଡ୍ସ(ଯାଜପୁର): ଯାଜପୁର ରୋଡର ବାସିନ୍ଦା ତଥା ସମାଜସେବୀ ଇତିଶ୍ରୀ ଜେନା ପରିବାର ବର୍ଗଙ୍କ ସହିତ ସିକ୍କିମ ବୁଲିବାକୁ ଯାଇଥିଲେ। ସେଠାରେ ଇତିଶ୍ରୀ ବସିଥିବା ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇ ତିସ୍ତା ନଦୀରେ ଖସି ପଡ଼ିଥିଲା । ଦୁର୍ଘଟଣା କାରଣରୁ ଇତିଶ୍ରୀଙ୍କ ସହିତ ଅନ୍ୟମାନଙ୍କ ପତ୍ତା ମିଳୁନାହିଁ। ଦୀର୍ଘ ଦିନ ଧରି ଖୋଜା ଚାଲିଥିଲେ ମଧ୍ୟ ଇତିଶ୍ରୀଙ୍କର କୌଣସି ଖବର ମିଳିନାହିଁ । ତାଙ୍କ ସହିତ ଯାଇଥିବା ପରିବାରର ଅନ୍ୟ ସଦସ୍ୟ ସେଠାରୁ ଫେରି ଆସିଛନ୍ତି । ଏଭଳି ସମୟରେ ଦୁଶ୍ଚିନ୍ତାରେ ଥିବା ତାଙ୍କ ପରିବାରକୁ ଭେଟିଛନ୍ତି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ। ଘଟଣା ବିଷୟରେ ଅବଗତ ହେବା ସହିତ ଦୁଃଖ ପ୍ରକାଶ କରିଛନ୍ତି ଇଂ ଘଡାଇ ।
