ଓଡ଼ିଶା ଲିଡ୍ସ(ଯାଜପୁର): ଏହି ଫଟୋଟି ଯାଜପୁର ଜିଲ୍ଲା କଳିଙ୍ଗ ନଗର ଥାନା ଅନ୍ତର୍ଗତ ଜିଞ୍ଜର ହୋଟେଲ ନିକଟର। ଫଟୋରେ ଏକ ବାଘ ରାସ୍ତା ଅତିକ୍ରମ କରୁଥିବା ଦେଖିବାକୁ ମିଳିଥିଲା । ଏହି ଫଟୋ ସାଧାରଣରେ ଆତଙ୍କ ସୃଷ୍ଟି କରିଥିଲା । ଗୁଜବ ସୃଷ୍ଟି କରିବାକୁ ଏଆଇ ଦ୍ୱାରା ଏହି ଫଟୋ କରାଯାଇ ସାମାଜିକ ଗଣ ମାଧ୍ୟମରେ ପୋଷ୍ଟ କରାଯାଇଥିବା ଜଣା ଯାଇଛି । ଯାହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଏଭଳି ପୋଷ୍ଟ କରି ଆତଙ୍କ ଓ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।




















