ଆପଣଙ୍କ ଖାଦ୍ୟରେ ଅଙ୍କିତ ମୁଗକୁ ସାମିଲ କରିବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ଯଦି ଆପଣ ପ୍ରତିଦିନ ସକାଳେ ଏକ ମାସ ପର୍ଯ୍ୟନ୍ତ ମୁଠାଏ ମୁଗ ସେବନ କରନ୍ତି ତେବେ ଏହା ଶରୀରକୁ ଅନେକ ଆଶ୍ଚର୍ଯ୍ୟଜନକ ଫାଇଦା ଦେଇଥାଏ । ପୋଷକ ବିଶେଷଜ୍ଞଙ୍କ ମତରେ ମୁଗରେ ଫାଇବର, ପ୍ରୋଟିନ୍, ଭିଟାମିନ୍ ଏବଂ ମିନେରାଲ୍ସ ଭରପୂର ମାତ୍ରାରେ ରହିଥାଏ, ଯାହା ଶରୀରର ବିଭିନ୍ନ ଅଙ୍ଗର କାର୍ଯ୍ୟକୁ ବଢ଼ାଇଥାଏ ଏବଂ ଆପଣଙ୍କୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଆସନ୍ତୁ ଜାଣିବା ପ୍ରତିଦିନ ଅଙ୍କିତ ମୁଗ ଖାଇବାର ୬ଟି ପ୍ରମୁଖ ଫାଇଦା ।
➣ ମୁଗରେ ପ୍ରଚୁର ମାତ୍ରାରେ ଫାଇବର ରହିଥାଏ, ଯାହା ପାଚନ କ୍ରିୟାକୁ ମଜବୁତ କରିଥାଏ। ପ୍ରତିଦିନ ସକାଳେ ଏହାକୁ ସେବନ କରିବା ଦ୍ୱାରା କୋଷ୍ଠକାଠିନ୍ୟ, ଗ୍ୟାସ୍ ଓ ଫୁଲିବା ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ। ଏହା ଶରୀରରେ ଭଲ ବ୍ୟାକ୍ଟେରିଆ ବଜାୟ ରଖିବା ସହ ପାଚନ କ୍ରିୟାରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ।
➣ ଅଙ୍କିତ ମୁଗରେ କମ୍ କ୍ୟାଲୋରୀ ରହିଥାଏ ଏବଂ ଏଥିରେ ଫାଇବର ଭରପୂର ମାତ୍ରାରେ ରହିଥାଏ, ଯାହା ପେଟକୁ ଅଧିକ ସମୟ ପର୍ଯ୍ୟନ୍ତ ଭରି ରଖିଥାଏ ଏବଂ ଭୋକ କୁ କମ୍ କରିଥାଏ । ଏହାର ସେବନ ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ ଏବଂ ଶରୀରର ଶକ୍ତି ସ୍ତରକୁ ବଜାୟ ରଖିଥାଏ ।
➣ ମୁଗରେ ଭିଟାମିନ୍ ସି, ଭିଟାମିନ୍ ଏ ଓ ଆଇରନ୍ ଭଳି ପୋଷକ ତତ୍ତ୍ୱ ରହିଥାଏ, ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିଥାଏ। ଏହାକୁ ପ୍ରତିଦିନ ସେବନ କରିବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ିବା ସହ ରୋଗ ଦୂରରେ ରହିଥାଏ।
➣ ମୁଗରେ ଆଣ୍ଟିଅକ୍ସିଡାଣ୍ଟର ଉପସ୍ଥିତି ତ୍ୱଚାକୁ ସୁସ୍ଥ ଓ ଉଜ୍ଜ୍ୱଳ କରିଥାଏ । ଏଥିରେ ଥିବା ଭିଟାମିନ୍ ଇ ଓ ଭିଟାମିନ୍ ସି କେଶର ବୃଦ୍ଧିକୁ ପ୍ରୋତ୍ସାହିତ କରିବା ସହ ମଜବୁତ କରିଥାଏ।
➣ ଅଙ୍କିତ ମୁଗରେ ପ୍ରଚୁର ମାତ୍ରାରେ ପୋଟାସିୟମ୍ ଓ ଫାଇବର ରହିଥାଏ, ଯାହା ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ ଏବଂ ହୃତ୍ ପିଣ୍ଡର ଧମନୀରେ ଅବରୋଧକୁ ରୋକିଥାଏ। ଏହା ହୃତ୍ ପିଣ୍ଡ ପାଇଁ ଅତ୍ୟନ୍ତ ଲାଭଦାୟକ ହେବା ସହ ହୃଦଘାତର ଆଶଙ୍କା କୁ କମ୍ କରିଥାଏ।
➣ ମୁଗରେ ଥିବା ପ୍ରୋଟିନ ଏବଂ ଫାଇବର ଶରୀରରେ ରକ୍ତଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ମଧୁମେହ ରୋଗୀଙ୍କ ପାଇଁ ଏହାର ସେବନ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ, କାରଣ ଏହା ସୁଗାର ସ୍ତରକୁ ଦ୍ରୁତ ଗତିରେ ବଢିବାରୁ ରୋକିଥାଏ ।