ଓଡ଼ିଶା ଲିଡ୍ସ(ବ୍ୟୁରୋ): ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬ଦିନିଆ ଓଡ଼ିଶା ଗସ୍ତ କରି ଆଜି ଦିଲ୍ଲୀ ଫେରି ଯାଇଛନ୍ତି । ତାଙ୍କୁ ଭୁବନେଶ୍ୱର ବିମାନବନ୍ଦର ଠାରେ ରାଜ୍ୟପାଳ ଡଃ ହରିବାବୁ କମ୍ଭମପାଟି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଦାୟ ଜଣାଇଛନ୍ତି। ନିଜ ଗସ୍ତ ସମୟରେ ରାଷ୍ଟ୍ରପତି ଯାଜପୁର ବିରଜା ମନ୍ଦିର ସହିତ ପୁରୀ ଶ୍ରୀମନ୍ଦିର, ବାଲେଶ୍ଵର ଓ ମୟୁରଭଞ୍ଜ ଗସ୍ତ କରିଥିଲେ ।




















