ଓଡ଼ିଶା ଲିଡ୍ସ(ଯାଜପୁର): ସୁକିନ୍ଦା ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର କର୍ମୀ ମାନେ ଲୋକଙ୍କ ଦୁଃଖ ସମୟରେ ସେମାନଙ୍କୁ ଭେଟି ସେମାନଙ୍କ ସମସ୍ୟା ବୁଝିବା ସହିତ ତାଙ୍କୁ ଅବଗତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ଇଂ ପ୍ରୀତିରଞ୍ଜନ ଘଡାଇ । ଲୋକଙ୍କ ସମସ୍ୟା ସହିତ ଜଡିତ ରହିବାକୁ କର୍ମୀ ମାନେ ସବୁ ସମୟରେ ଗୁରୁତ୍ୱ ଦେବା ଜରୁରୀ ବୋଲି ମଧ୍ୟ କହିଛନ୍ତି ଇଂ ଘଡାଇ । ତାଙ୍କ ନିର୍ଦ୍ଦେଶ ମୁତାବକ ଆଜି ସୁକିନ୍ଦା ବ୍ଲକ ବିଜେଡି ସଭାପତି ବିବେକାନନ୍ଦ ବୋଷ, ରାଜ୍ୟ ଯୁବ ବିଜେଡି ଉପସଭାପତି ଦେବୀ ପ୍ରସାଦ ମହାନ୍ତି, ଜିତୁ ମହାନ୍ତିଙ୍କ ସହିତ ଅନ୍ୟ ନେତା ଓ କର୍ମୀ ବିଭିନ୍ନ ଲୋକଙ୍କୁ ଭେଟିଥିଲେ ।




















