ଓଡ଼ିଶା ଲିଡ୍ସ(ବ୍ୟୁରୋ): କାଠଯୋଡ଼ି ନଦୀରେ ଗତକାଲି ଗାଧୋଉଥିବା ବେଳେ ଦୁଇଜଣ ନାବାଳକ ନିଖୋଜ ହୋଇ ଯାଇଥିଲେ । ଗତକାଲି ଠାରୁ ସେମାନଙ୍କୁ ଉଦ୍ଧାର କରିବାକୁ ଅଗ୍ନିଶମ ବାହିନୀ ଉଦ୍ୟମ କରୁଥିଲା ବେଳେ ଆଜି ଜଣଙ୍କ ମୃତ ଦେହ ଉଦ୍ଧାର କରିବାକୁ ସକ୍ଷମ ହୋଇଛି । ଅପରପକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାରଙ୍କ ପକ୍ଷରୁ ମୃତ ନାବାଳକଙ୍କ ପରିବାରକୁ ୪ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ପ୍ରଦାନ କରିଛନ୍ତି ।




















