ଓଡ଼ିଶା ଲିଡ୍ସ(ଯାଜପୁର): ଗତକାଲି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ଆନ୍ଦୋଳନ କରୁଥିବା ଡ୍ରାଇଭର ମାନଙ୍କ ଆନ୍ଦୋଳନ ସ୍ଥଳକୁ ଯାଇ ସେମାନଙ୍କୁ ନୈତିକ ସମର୍ଥନ ଦେଇଥିଲେ । ଡ୍ରାଇଭର ମାନଙ୍କ ଦାବି ସରକାର ପୂରଣ କରିବା ଜରୁରୀ ବୋଲି ମତ ଦେଇଥିଲେ । ଆଜି କିଛି କାମରେ ଯାଉଥିଲା ବେଳେ ଜଣେ ଡ୍ରାଇଭର ସେଠାରେ ଅସୁସ୍ଥ ହୋଇ ସଂଜ୍ଞାହୀନ ହୋଇଥିବା ଖବର ପାଇ ସେଠାରେ ତୁରନ୍ତ ପହଂଚିବା ସହିତ ନିଜ ଗାଡ଼ିରେ ଡ୍ରାଇଭର ଜଣଙ୍କୁ ଦାନଗଦି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଚିକିତ୍ସା ବ୍ୟବସ୍ଥା କରିଥିଲେ ।
