ଓଡ଼ିଶା ଲିଡ୍ସ(ଯାଜପୁର): ଆଜି ପବିତ୍ର ବଡ଼ଦିନ ଓ ଖ୍ରୀଷ୍ଟମାସ ଉପଲକ୍ଷେ, ଦାନଗଦି ବ୍ଲକ୍ ଅନ୍ତର୍ଗତ ନଡ଼ିଆଭଙ୍ଗା ପଞ୍ଚାୟତର ଜାମୁପସି ଠାରେ ଖ୍ରୀଷ୍ଟିୟାନ ଭାଇ-ଭଉଣୀମାନଙ୍କ ଦ୍ୱାରା ଆୟୋଜିତ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମଦିନ ପାଳନ କରାଯାଇଛି । କାର୍ଯ୍ୟକ୍ରମରେ ପୁର୍ବତନ ମନ୍ତ୍ରୀ ଇଂ. ପ୍ରୀତିରଞ୍ଜନ ଘଡ଼ାଇ ଯୋଗ ଦେଇ ବଡ଼ଦିନ ପାଳନ କରିଛନ୍ତି । ଏହି ଅବସରରେ ଇଂ ଘଡାଇ କେକ କାଟି ସମସ୍ତଙ୍କୁ ଖୁଆଇବା ସହିତ ସେମାନଙ୍କ ସୁଖ ସମୃଦ୍ଧି କାମନା କରିଥିଲେ । ଗ୍ରାମବାସୀ ଇଂ ଘଡାଇଙ୍କୁ ଭବ୍ୟ ସ୍ୱାଗତ କରିଥିଲେ ।




















