ଓଡିଶା ଲିଡ୍ସ(ଯାଜପୁର): ଏବେ ଗ୍ରାମାଞ୍ଚଳରେ ବିଭିନ୍ନ ସ୍ଥାନରେ କେକ, ପାଉଁରୁଟି, ବିଭିନ୍ନ ପ୍ରକାର ବିସ୍କୁଟ ପ୍ରସ୍ତୁତ କରାଯାଇ ବିକ୍ରି କରାଯାଉଛି । ପ୍ରତିଷ୍ଠିତ କେକ କମ୍ପାନୀ ଗୁଡିକ ଦ୍ୱାରା ବିକ୍ରି ହେଉଥିବା କେକର ମୂଲ୍ୟ ଠାରୁ ଏହା ବହୁତ କମ । ତେଣୁ ଗ୍ରାମାଞ୍ଚଳରେ ଏହାର ବ୍ୟାପକ ବିକ୍ରି ମଧ୍ୟ ହେଉଛି । ଜିଲ୍ଲାରେ ଏବେ ଝାଡ଼ା ବାନ୍ତି ରୋଗ ବ୍ୟାପିଥିଲା ବେଳେ ଏହି ସବୁ ଜିନିଷ ପ୍ରସ୍ତୁତ କରୁଥିବା ବ୍ୟକ୍ତି ଏବେ ମଧ୍ୟ ଏହାକୁ ପ୍ରସ୍ତୁତ କରି ବିକ୍ରି କରୁଛନ୍ତି । ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିବେଶରେ ଅତି ନିମ୍ନମାନର ଜିନିଷରେ ଏହା ପ୍ରସ୍ତୁତ ହେଉଛି ଓ ବିଭିନ୍ନ ଜାଗାରେ ବିକ୍ରି କରାଯାଉଛି । ବର୍ତ୍ତମାନ ସମୟରେ ଏହା କେତେ ସୁରକ୍ଷିତ ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ଜିଲ୍ଲା ପ୍ରଶାସନ ମିଠା ଦୋକାନ ଠାରୁ ନେଇ ମାଛ ମାଂସ ବ୍ୟବସାୟ ବନ୍ଦ କରିଥିଲା ବେଳେ ଏହାକୁ ପ୍ରସ୍ତୁତ କରୁଥିବା ବ୍ୟବସାୟୀଙ୍କୁ କାହିଁକି ଖୋଲା ଛାଡିଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି । ଏହାକୁ ପ୍ରସ୍ତୁତ କରୁଥିବା ବ୍ୟବସାୟୀଙ୍କ ଉପରେ ପ୍ରଶାସନ ପଦକ୍ଷେପ ନେବା ଜରୁରୀ ବୋଲି ମତ ପ୍ରକାଶ ପାଇଛି ।
