ଓଡ଼ିଶା ଲିଡ୍ସ(ବ୍ୟୁରୋ): ଗାୟକ ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର କାରଣ ରାଜ୍ୟବାସୀ ଖୋଜୁଥିଲା ବେଳେ ତାଙ୍କ ଦୁଇ ମ୍ୟାନେଜରଙ୍କ ନାଆଁରେ ବଲାଙ୍ଗୀର ଟାଉନ୍ ଥାନାରେ ଲିଖିତ ଅଭିଯୋଗ ହୋଇଛି । ହ୍ୟୁମାନଙ୍କ ମୃତ୍ୟୁ ପରେ ତାଙ୍କ ମା ପ୍ରତିକ୍ରିୟା ଦେଇଥିଲେ । ହେଲେ ସେଠାରେ ଉପସ୍ଥିତ ଥିବା କିଛି ବ୍ୟକ୍ତି ତାଙ୍କ ମା’ଙ୍କୁ ଗାଳିଗୁଲଜ କରିଥିଲେ । ହ୍ୟୁମାନଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଥିବାର ଅଭିଯୋଗ ତାଙ୍କ ମା କରିଥିଲା ବେଳେ ରାଜ୍ୟବାସୀ ମଧ୍ୟ ହ୍ୟୁମାନଙ୍କ ମୃତ୍ୟୁକୁ ସନ୍ଦେହ ଚକ୍ଷୁରେ ଦେଖୁଛନ୍ତି । ଦିନକୁ ଦିନ ଏହି ବିବାଦ ଘନଉଥିଲା ବେଳେ ଲୋକପ୍ରିୟ ଗାୟକ ହ୍ୟୁମାନ୍ ସାଗରଙ୍କ ମ୍ୟାନେଜରଙ୍କ ନାଆଁରେ ବଲାଙ୍ଗୀର ଟାଉନ୍ ଥାନାରେ ଏତଲା ଦିଆଯାଇଛି। ହ୍ୟୁମାନ ସାଗରଙ୍କ ମା’ଙ୍କୁ ଗାଳିଗୁଲଜ କରିବା ଓ ହ୍ୟୁମାନଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଥିବାର ଅଭିଯୋଗ ଆସିଛି। ଏନେଇ କୋଶଳ ମୁକ୍ତିମୋର୍ଚ୍ଚା ପକ୍ଷରୁ ହ୍ୟୁମାନ ସାଗରଙ୍କ ମ୍ୟାନେଜର ଦିନେଶ ବେହେରା ଓ ପ୍ରଶାନ୍ତ ବେହେରାଙ୍କ ନାଆଁରେ ବଲାଙ୍ଗୀର ଟାଉନ୍ ଥାନାରେ ଏତଲା ଦିଆଯାଇଛି। କୋଶଳ ମୁକ୍ତିମୋର୍ଚ୍ଚାର ସାଧାରଣ ସଂପାଦକ ସିପୁନ ଖମାରୀ ଏନେଇ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ହ୍ୟୁମାନ୍ ସାଗରଙ୍କ ମ୍ୟାନେଜରଙ୍କ ନାଆଁରେ ବଲାଙ୍ଗୀର ଟାଉନ୍ ଥାନାରେ ଏତଲା ଦିଆଯାଇଛି। ତାଙ୍କ ମୃତ୍ୟୁ ଘଟଣାର ତଦନ୍ତ ଦାବି କରିଛି ସଂଗଠନ।




















