orissaleads

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ପାକିସ୍ତାନରେ ମହଙ୍ଗା ମାଡ଼: ଟମାଟୋ କିଲୋ ୬୦୦, ଅଦା କିଲୋ ୭୫୦ ଟଙ୍କା

ପାକିସ୍ତାନରେ ମହଙ୍ଗା ମାଡ଼: ଟମାଟୋ କିଲୋ ୬୦୦, ଅଦା କିଲୋ ୭୫୦ ଟଙ୍କା

ପାକିସ୍ତାନ ଉପରେ ଆଫ୍ଗାନିସ୍ତାନର ଆକ୍ରମଣ: ୫୮ ପାକ୍ ସୈନିକଙ୍କ ମୃତ୍ୟୁ ଦାବି କଲା ଆଫଗାନିସ୍ତାନ

ପାକିସ୍ତାନ ଉପରେ ଆଫ୍ଗାନିସ୍ତାନର ଆକ୍ରମଣ: ୫୮ ପାକ୍ ସୈନିକଙ୍କ ମୃତ୍ୟୁ ଦାବି କଲା ଆଫଗାନିସ୍ତାନ

ଗାଜା ଷ୍ଟ୍ରିପରେ ଇସ୍ରାଏଲର ବିମାନ ଆକ୍ରମଣ, ମୃତ୍ୟୁ ମୁଖରେ ୪୦ ପାଲେଷ୍ଟାଇନ ନାଗରିକ

ଗାଜା ଷ୍ଟ୍ରିପରେ ଇସ୍ରାଏଲର ବିମାନ ଆକ୍ରମଣ, ମୃତ୍ୟୁ ମୁଖରେ ୪୦ ପାଲେଷ୍ଟାଇନ ନାଗରିକ

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ମନ୍ତ୍ରୀ

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ମନ୍ତ୍ରୀ

ଟୁଟୁ ନାହିଁ ଭାରତ-ଆମେରିକା ବିବାଦ, ରୁଷରେ ପହଞ୍ଚିଲେ ଅଜିତ ଡୋଭାଲ

ଟୁଟୁ ନାହିଁ ଭାରତ-ଆମେରିକା ବିବାଦ, ରୁଷରେ ପହଞ୍ଚିଲେ ଅଜିତ ଡୋଭାଲ

୭ ମାସ ମଧ୍ୟରେ ୧୭ ଶହ ଭାରତୀୟଙ୍କୁ ବିଦା କରିଛି ଆମେରିକା, ପଞ୍ଜାବ ଓ ହରିୟାଣାରୁ ସର୍ବାଧିକ

୭ ମାସ ମଧ୍ୟରେ ୧୭ ଶହ ଭାରତୀୟଙ୍କୁ ବିଦା କରିଛି ଆମେରିକା, ପଞ୍ଜାବ ଓ ହରିୟାଣାରୁ ସର୍ବାଧିକ

ପ୍ରୀତିରଞ୍ଜନଙ୍କ ଆଶୁ ଆରୋଗ୍ୟ କାମନା କଲେ ସମର୍ଥକ

ପ୍ରୀତିରଞ୍ଜନଙ୍କ ଆଶୁ ଆରୋଗ୍ୟ କାମନା କଲେ ସମର୍ଥକ

ସୁନା ଝିଅଙ୍କୁ ସମ୍ବର୍ଦ୍ଧିତ କଲେ ହିମାଂଶୁ

ସୁନା ଝିଅଙ୍କୁ ସମ୍ବର୍ଦ୍ଧିତ କଲେ ହିମାଂଶୁ

ଅଶାନ୍ତ ମଧ୍ୟପ୍ରାଚ, ଇରାନର ତିନିଟି ପରମାଣୁ କେନ୍ଦ୍ରରେ ଆମେରିକାର ପ୍ରବଳ ବୋମା ମାଡ଼

ଅଶାନ୍ତ ମଧ୍ୟପ୍ରାଚ, ଇରାନର ତିନିଟି ପରମାଣୁ କେନ୍ଦ୍ରରେ ଆମେରିକାର ପ୍ରବଳ ବୋମା ମାଡ଼

ଆମେରିକାକୁ ହମାସର ଚେତାବନୀ, ଇରାନ ବିରୁଦ୍ଧରେ ସାମରିକ ହସ୍ତକ୍ଷେପ ବିଷୟରେ ଚିନ୍ତା କଲେ ପରିଣାମ ଭୟଙ୍କର ହେବ

ଆମେରିକାକୁ ହମାସର ଚେତାବନୀ, ଇରାନ ବିରୁଦ୍ଧରେ ସାମରିକ ହସ୍ତକ୍ଷେପ ବିଷୟରେ ଚିନ୍ତା କଲେ ପରିଣାମ ଭୟଙ୍କର ହେବ

Blog Post

orissaleads > ଜିଲ୍ଲା > ଯାଜପୁର > ଚାରି ଶହ ବର୍ଷର ବରୁଆଁ ମାହାଲ ଦୋଳ ମେଲଣ

ଚାରି ଶହ ବର୍ଷର ବରୁଆଁ ମାହାଲ ଦୋଳ ମେଲଣ

ଓଡ଼ିଶା ଲିଡ୍ସ(ଯାଜପୁର): ଋତୁରାଜ ବସନ୍ତ ଋତୁରେ ପାଳନ କରାଯାଉଥିବା ବିଭିନ୍ନ ପର୍ବ ପର୍ବାଣୀ ମଧ୍ୟରେ ଦୋଳ ପୂର୍ଣ୍ଣିମା ବେଶ ନିଆରା ପର୍ବ । ଫାଲଗୁନ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ଏହି ପର୍ବ ପାଳନ କରାଯାଏ। ପଲ୍ଲୀ ଠାରୁ ଆରମ୍ଭ କରି ବଡ ବଡ ସହରରେ ଏହି ପର୍ବ ମହା ଆଡ଼ମ୍ବରରେ ପାଳିତ ହୁଏ । ଯାଜପୁର ବ୍ଲକର ସର୍ବପୁରାତନ ତଥା କିମ୍ବଦନ୍ତୀ ବହନ କରୁଥିବା ବରୁଆଁ ମାହାଲ ଦୋଳ ମେଲଣ ସାମନ୍ତବାଦୀ ଚିନ୍ତାଧାରା, ଐତିହ ସମ୍ପନ୍ନ ସାଂସ୍କୃତିକ ତଥା ଭାଇଚାରାରେ ପର୍ଯ୍ୟବେସିତ ରାଧାକୃଷ୍ଣ ମିଳନ ବା ଦୋଳପର୍ବ ଭାବେ ଖ୍ୟାତି ଅର୍ଜନ କରିଛି। ଏହି ବରୁଆଁ ମେଲଣ ପାଖାପାଖି ୪ଶହ ବର୍ଷର ପୁରାତନ ମେଲଣ । ଜମିଦାରୀ ପ୍ରଥା ସମୟରୁ ଅଦ୍ୟାବଧି ଏହି ମେଲଣ ଲୋକପ୍ରିୟ ହୋଇ ରହିଛି । ଏହି ମେଲଣ ଦୋଳ ପୂର୍ଣ୍ଣିମା ପୂର୍ବ ରାତିରେ ଆରମ୍ଭ ହୋଇ ପୂର୍ଣ୍ଣିମା ଦିନ ଅପରାହ୍ନରେ ଉଦଯାପିତ ହୁଏ। ଏହି ମେଲଣର ବିଶେଷତ୍ଵ ହେଉଛି ଏଠାକୁ କୌଣସି ଠାକୁରଙ୍କୁ ଆମନ୍ତ୍ରଣ କରାଯାଏ ନାହିଁ କିମ୍ବା ବିଦାକି ସ୍ୱରୂପ ଅର୍ଥରାଶି ପ୍ରଦାନ କରାଯାଏ ନାହିଁ । ପୂର୍ବ ବର୍ଷ ଦୋଳ ପୂର୍ଣ୍ଣିମା ଦିନ ପ୍ରତ୍ୟେକ ଠାକୁରଙ୍କୁ ଗୋଟା ପାନ ଗୁଆ ଦିଆଯାଇ ବରଣ କରାଯାଇଥାଏ ।ଠାକୁର ଦୋଳ ବିମାନରେ ବିଜେ କରି ପଡିଆ ମଧ୍ୟକୁ ଆସିବା ପରେ ମେଲଣ କମିଟି ପକ୍ଷରୁ ଠାକୁରଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଗୋଟା ପାନ, ଗୋଟା ଗୁଆ ଦିଆଯାଇ ସ୍ଵାଗତ କରାଯାଇଥାଏ । କୁଡୁଆରେ ଭୋଗ ଲାଗି କରାଯାଇ ବିଦାକି ସ୍ୱରୂପ ଏକ ଟଙ୍କା ପଚିଶ ପଇସା ସମ୍ମାନାର୍ଥେ ଦିଆଯିବାର ପରମ୍ପରା ରହିଛି।

ଏହି ମେଲଣର ଏକ ନିଆରା ପ୍ରଥା ହେଲା ଠାକୁର ସେବାୟତଙ୍କୁ ପ୍ରଚଳିତ ପ୍ରଥା ଅନୁଯାୟୀ ମାତ୍ର ଏକ ଟଙ୍କା ପ୍ରଦାନ କରାଯିବାର ପରମ୍ପରା ରହିଛି।ପରମ୍ପରା ଅନୁଯାୟୀ ଏହି ମେଲଣର ଥାନପତି ବରୁଆଁର ଶ୍ରୀ ଶ୍ରୀ ଗୋପୀନାଥ ଜୀଉ ସନ୍ଧ୍ୟାରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ମେଲଣ ପଡିଆରେ ଥିବା ଥାନପତି ମଣ୍ଡପରେ ବିଜେ ହୋଇଥାନ୍ତି । ପ୍ରତ୍ୟେକ ଠାକୁରଙ୍କ ଦୋଳବିମାନ ନିମନ୍ତେ ସ୍ବତନ୍ତ୍ର ମଣ୍ଡପ ମାନ ପ୍ରସ୍ତୁତ ହୋଇଥାଏ ।ଏହି ମେଲଣକୁ ଆଖପାଖର ପ୍ରାୟ ୩୬ ଗୋଟି ଗ୍ରାମର ଠାକୁର ଦୋଳବିମାନରେ ବିଜେ କରନ୍ତି। ବିମାନରେ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତୀକୁ ଶ୍ରଦ୍ଧାଳୁମାନେ ଦର୍ଶନ କରି ଭାବବିହ୍ବଳ ହୋଇ ପରସ୍ପରକୁ ରଙ୍ଗ ଅବିର ବୋଳି ବେଶ୍ ଆନନ୍ଦିତ ହୁଅନ୍ତି । ଏହି ମେଲଣ କମିଟିର ସ୍ଥାୟୀ ସଭାପତି ଭାବେ ବାଲିଆର ଚୌଧୁରୀ ପାର୍ଥସାରଥୀ ସାମନ୍ତସିଂହାର ମହାପାତ୍ର , ଉପସଭାପତି ଭାବେ କମଳପୁର ଚୌଧୁରୀ ସତ୍ୟ ସୁନ୍ଦର୍ ମହାପାତ୍ର ନିଜର ପୁରାତନ ପାରମ୍ପରିକ ଭେଷ ପୋଷାକରେ ପରିଚାଳନା କମିଟିର ସଦସ୍ୟ ମାନଙ୍କ ସହ ମେଲଣ ଚାନ୍ଦିନୀରେ ଠାକୁର ବାଡ଼ିଆଙ୍କ ସହ ବସି ମେଲଣ ପରିଚାଳନା କରିଥାନ୍ତି । ଏହି ମେଲଣ କମିଟିର ସଦସ୍ୟ ଭାବରେ ପ୍ରତ୍ୟେକ ଠାକୁର ବାଡିଆ ଓ ଆଖ ପାଖ ଅଞ୍ଚଳର ମୁରବି, ବହୁ ବୁଦ୍ଧିଜୀବି ଉପସ୍ଥିତ ରହନ୍ତି । ମେଲଣ ପଡିଆରେ ଦିନେ ଦୁଇଦିନ ପୂର୍ବରୁ ଶତାଧିକ ବ୍ୟବସାୟୀ ନିଜ ନିଜର ପସରା ମେଲାଇ ବେଶ ଭଲ ରୋଜଗାର କରିଥାନ୍ତି ।

Leave a comment

Your email address will not be published. Required fields are marked *