orissaleads

ଟୁଟୁ ନାହିଁ ଭାରତ-ଆମେରିକା ବିବାଦ, ରୁଷରେ ପହଞ୍ଚିଲେ ଅଜିତ ଡୋଭାଲ

ଟୁଟୁ ନାହିଁ ଭାରତ-ଆମେରିକା ବିବାଦ, ରୁଷରେ ପହଞ୍ଚିଲେ ଅଜିତ ଡୋଭାଲ

୭ ମାସ ମଧ୍ୟରେ ୧୭ ଶହ ଭାରତୀୟଙ୍କୁ ବିଦା କରିଛି ଆମେରିକା, ପଞ୍ଜାବ ଓ ହରିୟାଣାରୁ ସର୍ବାଧିକ

୭ ମାସ ମଧ୍ୟରେ ୧୭ ଶହ ଭାରତୀୟଙ୍କୁ ବିଦା କରିଛି ଆମେରିକା, ପଞ୍ଜାବ ଓ ହରିୟାଣାରୁ ସର୍ବାଧିକ

ପ୍ରୀତିରଞ୍ଜନଙ୍କ ଆଶୁ ଆରୋଗ୍ୟ କାମନା କଲେ ସମର୍ଥକ

ପ୍ରୀତିରଞ୍ଜନଙ୍କ ଆଶୁ ଆରୋଗ୍ୟ କାମନା କଲେ ସମର୍ଥକ

ସୁନା ଝିଅଙ୍କୁ ସମ୍ବର୍ଦ୍ଧିତ କଲେ ହିମାଂଶୁ

ସୁନା ଝିଅଙ୍କୁ ସମ୍ବର୍ଦ୍ଧିତ କଲେ ହିମାଂଶୁ

ଅଶାନ୍ତ ମଧ୍ୟପ୍ରାଚ, ଇରାନର ତିନିଟି ପରମାଣୁ କେନ୍ଦ୍ରରେ ଆମେରିକାର ପ୍ରବଳ ବୋମା ମାଡ଼

ଅଶାନ୍ତ ମଧ୍ୟପ୍ରାଚ, ଇରାନର ତିନିଟି ପରମାଣୁ କେନ୍ଦ୍ରରେ ଆମେରିକାର ପ୍ରବଳ ବୋମା ମାଡ଼

ଆମେରିକାକୁ ହମାସର ଚେତାବନୀ, ଇରାନ ବିରୁଦ୍ଧରେ ସାମରିକ ହସ୍ତକ୍ଷେପ ବିଷୟରେ ଚିନ୍ତା କଲେ ପରିଣାମ ଭୟଙ୍କର ହେବ

ଆମେରିକାକୁ ହମାସର ଚେତାବନୀ, ଇରାନ ବିରୁଦ୍ଧରେ ସାମରିକ ହସ୍ତକ୍ଷେପ ବିଷୟରେ ଚିନ୍ତା କଲେ ପରିଣାମ ଭୟଙ୍କର ହେବ

ଇରାନ୍ ଉପରେ ଇସ୍ରାଏଲର ଭୟଙ୍କର ଏୟାର ଷ୍ଟ୍ରାଇକ୍

ଇରାନ୍ ଉପରେ ଇସ୍ରାଏଲର ଭୟଙ୍କର ଏୟାର ଷ୍ଟ୍ରାଇକ୍

ସଡକ ଦୁର୍ଘଟଣା, ଶୋକ ପ୍ରକାଶ କଲେ ପୂର୍ବତନ ମନ୍ତ୍ରୀ

ସଡକ ଦୁର୍ଘଟଣା, ଶୋକ ପ୍ରକାଶ କଲେ ପୂର୍ବତନ ମନ୍ତ୍ରୀ

ବାଣିଜ୍ୟ ରାଜିନାମା ପାଇଁ ଭାରତ ଉପରେ ଟ୍ରମ୍ପଙ୍କ ଚାପ ସୃଷ୍ଟି ଉଦ୍ୟମ

ବାଣିଜ୍ୟ ରାଜିନାମା ପାଇଁ ଭାରତ ଉପରେ ଟ୍ରମ୍ପଙ୍କ ଚାପ ସୃଷ୍ଟି ଉଦ୍ୟମ

ପାକିସ୍ତାନକୁ ୪ ଭାଗ କରିଦେଇଥାନ୍ତା ଭାରତ, ସନ୍ତ୍ରସବାଦୀ ହାଫିଜ୍‌, ମସୁଦକୁ ହସ୍ତାନ୍ତର ପରେ ହିଁ କଥାବାର୍ତ୍ତା-ରାଜନାଥ ସିଂ

ପାକିସ୍ତାନକୁ ୪ ଭାଗ କରିଦେଇଥାନ୍ତା ଭାରତ, ସନ୍ତ୍ରସବାଦୀ ହାଫିଜ୍‌, ମସୁଦକୁ ହସ୍ତାନ୍ତର ପରେ ହିଁ କଥାବାର୍ତ୍ତା-ରାଜନାଥ ସିଂ

ଜୁନ ୬ ତାରିଖ ସୁକିନ୍ଦାରେ କଳା ଦିବସ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି, ଦାନଗଦି ବ୍ଲକରେ ପ୍ରସ୍ତୁତି ବୈଠକ ଆୟୋଜିତ

ଜୁନ ୬ ତାରିଖ ସୁକିନ୍ଦାରେ କଳା ଦିବସ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି, ଦାନଗଦି ବ୍ଲକରେ ପ୍ରସ୍ତୁତି ବୈଠକ ଆୟୋଜିତ

ପାକିସ୍ତାନର ଯୁଦ୍ଧ ବିରତି ଉଲ୍ଲଙ୍ଘନ ପଛରେ ଚୀନ !

ପାକିସ୍ତାନର ଯୁଦ୍ଧ ବିରତି ଉଲ୍ଲଙ୍ଘନ ପଛରେ ଚୀନ !

ଭାଗ ଭାଗ ହୋଇଯିବା ଅବସ୍ଥାରେ ପାକିସ୍ତାନ !

ଭାଗ ଭାଗ ହୋଇଯିବା ଅବସ୍ଥାରେ ପାକିସ୍ତାନ !

କରାଚି ବନ୍ଦର ଧ୍ୱଂସ, ବଲୁଚ ବିଦ୍ରୋହୀଙ୍କ ହମଲା

କରାଚି ବନ୍ଦର ଧ୍ୱଂସ, ବଲୁଚ ବିଦ୍ରୋହୀଙ୍କ ହମଲା

ନବୀନଙ୍କ ସମ୍ମାନ କଣ ବିଜେଡି ପାଇଁ ଗୌଣ,ସୌମ୍ୟଙ୍କ ଚୁପ ସୈତାନ କାଟାକ୍ଷ ପରେ ବି ପାଟି ଖୋଲୁନାହାନ୍ତି ପ୍ରବକ୍ତା

ନବୀନଙ୍କ ସମ୍ମାନ କଣ ବିଜେଡି ପାଇଁ ଗୌଣ,ସୌମ୍ୟଙ୍କ ଚୁପ ସୈତାନ କାଟାକ୍ଷ ପରେ ବି ପାଟି ଖୋଲୁନାହାନ୍ତି ପ୍ରବକ୍ତା

ମିଆଁମାରରେ ଭୂକମ୍ପ ପରେ ଭାରତ ପକ୍ଷରୁ ସହାୟତା ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା

ମିଆଁମାରରେ ଭୂକମ୍ପ ପରେ ଭାରତ ପକ୍ଷରୁ ସହାୟତା ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା

ଠକେଇର ମାଧ୍ୟମ ସାଜିଛି ୟୁପିଆଇ ପେମେଣ୍ଟ, ଟଙ୍କା ପଠାଇବା ସମୟରେ ସତର୍କ ରୁହନ୍ତୁ

ଠକେଇର ମାଧ୍ୟମ ସାଜିଛି ୟୁପିଆଇ ପେମେଣ୍ଟ, ଟଙ୍କା ପଠାଇବା ସମୟରେ ସତର୍କ ରୁହନ୍ତୁ

ସ୍ପେସ୍ ଷ୍ଟେସନରେ ପହଞ୍ଚିଲା ମହାକାଶଯାନ ଡ୍ରାଗନ, ଖୁସିରେ ଝୁମିଲେ ସୁନୀତା

ସ୍ପେସ୍ ଷ୍ଟେସନରେ ପହଞ୍ଚିଲା ମହାକାଶଯାନ ଡ୍ରାଗନ, ଖୁସିରେ ଝୁମିଲେ ସୁନୀତା

ବଢ଼ିଲା ଆମେରିକା-ଚୀନ୍‌ ତିକ୍ତତା, ଆମେ ଯୁଦ୍ଧ ପାଇଁ ପ୍ରସ୍ତୁତ- ଆମେରିକା ପ୍ରତିରକ୍ଷା ସଚିବ

ବଢ଼ିଲା ଆମେରିକା-ଚୀନ୍‌ ତିକ୍ତତା, ଆମେ ଯୁଦ୍ଧ ପାଇଁ ପ୍ରସ୍ତୁତ- ଆମେରିକା ପ୍ରତିରକ୍ଷା ସଚିବ

ହମାସକୁ ଟ୍ରମ୍ପଙ୍କ ଧମକ, ବନ୍ଧକ ମାନଙ୍କୁ ଛାଡ଼, ନଚେତ ମୃତ୍ୟୁ ପାଇଁ ପ୍ରସ୍ତୁତ ରୁହ

ହମାସକୁ ଟ୍ରମ୍ପଙ୍କ ଧମକ, ବନ୍ଧକ ମାନଙ୍କୁ ଛାଡ଼, ନଚେତ ମୃତ୍ୟୁ ପାଇଁ ପ୍ରସ୍ତୁତ ରୁହ

ଭାରତ ସହ ଭଲ ସଂପର୍କ ରଖିବା ଜରୁରୀ ହୋଇଛି: ୟୁନୁସ୍

ଭାରତ ସହ ଭଲ ସଂପର୍କ ରଖିବା ଜରୁରୀ ହୋଇଛି: ୟୁନୁସ୍

Blog Post

orissaleads > ଜିଲ୍ଲା > ଯାଜପୁର > ଚାରି ଶହ ବର୍ଷର ବରୁଆଁ ମାହାଲ ଦୋଳ ମେଲଣ

ଚାରି ଶହ ବର୍ଷର ବରୁଆଁ ମାହାଲ ଦୋଳ ମେଲଣ

ଓଡ଼ିଶା ଲିଡ୍ସ(ଯାଜପୁର): ଋତୁରାଜ ବସନ୍ତ ଋତୁରେ ପାଳନ କରାଯାଉଥିବା ବିଭିନ୍ନ ପର୍ବ ପର୍ବାଣୀ ମଧ୍ୟରେ ଦୋଳ ପୂର୍ଣ୍ଣିମା ବେଶ ନିଆରା ପର୍ବ । ଫାଲଗୁନ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ଏହି ପର୍ବ ପାଳନ କରାଯାଏ। ପଲ୍ଲୀ ଠାରୁ ଆରମ୍ଭ କରି ବଡ ବଡ ସହରରେ ଏହି ପର୍ବ ମହା ଆଡ଼ମ୍ବରରେ ପାଳିତ ହୁଏ । ଯାଜପୁର ବ୍ଲକର ସର୍ବପୁରାତନ ତଥା କିମ୍ବଦନ୍ତୀ ବହନ କରୁଥିବା ବରୁଆଁ ମାହାଲ ଦୋଳ ମେଲଣ ସାମନ୍ତବାଦୀ ଚିନ୍ତାଧାରା, ଐତିହ ସମ୍ପନ୍ନ ସାଂସ୍କୃତିକ ତଥା ଭାଇଚାରାରେ ପର୍ଯ୍ୟବେସିତ ରାଧାକୃଷ୍ଣ ମିଳନ ବା ଦୋଳପର୍ବ ଭାବେ ଖ୍ୟାତି ଅର୍ଜନ କରିଛି। ଏହି ବରୁଆଁ ମେଲଣ ପାଖାପାଖି ୪ଶହ ବର୍ଷର ପୁରାତନ ମେଲଣ । ଜମିଦାରୀ ପ୍ରଥା ସମୟରୁ ଅଦ୍ୟାବଧି ଏହି ମେଲଣ ଲୋକପ୍ରିୟ ହୋଇ ରହିଛି । ଏହି ମେଲଣ ଦୋଳ ପୂର୍ଣ୍ଣିମା ପୂର୍ବ ରାତିରେ ଆରମ୍ଭ ହୋଇ ପୂର୍ଣ୍ଣିମା ଦିନ ଅପରାହ୍ନରେ ଉଦଯାପିତ ହୁଏ। ଏହି ମେଲଣର ବିଶେଷତ୍ଵ ହେଉଛି ଏଠାକୁ କୌଣସି ଠାକୁରଙ୍କୁ ଆମନ୍ତ୍ରଣ କରାଯାଏ ନାହିଁ କିମ୍ବା ବିଦାକି ସ୍ୱରୂପ ଅର୍ଥରାଶି ପ୍ରଦାନ କରାଯାଏ ନାହିଁ । ପୂର୍ବ ବର୍ଷ ଦୋଳ ପୂର୍ଣ୍ଣିମା ଦିନ ପ୍ରତ୍ୟେକ ଠାକୁରଙ୍କୁ ଗୋଟା ପାନ ଗୁଆ ଦିଆଯାଇ ବରଣ କରାଯାଇଥାଏ ।ଠାକୁର ଦୋଳ ବିମାନରେ ବିଜେ କରି ପଡିଆ ମଧ୍ୟକୁ ଆସିବା ପରେ ମେଲଣ କମିଟି ପକ୍ଷରୁ ଠାକୁରଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଗୋଟା ପାନ, ଗୋଟା ଗୁଆ ଦିଆଯାଇ ସ୍ଵାଗତ କରାଯାଇଥାଏ । କୁଡୁଆରେ ଭୋଗ ଲାଗି କରାଯାଇ ବିଦାକି ସ୍ୱରୂପ ଏକ ଟଙ୍କା ପଚିଶ ପଇସା ସମ୍ମାନାର୍ଥେ ଦିଆଯିବାର ପରମ୍ପରା ରହିଛି।

ଏହି ମେଲଣର ଏକ ନିଆରା ପ୍ରଥା ହେଲା ଠାକୁର ସେବାୟତଙ୍କୁ ପ୍ରଚଳିତ ପ୍ରଥା ଅନୁଯାୟୀ ମାତ୍ର ଏକ ଟଙ୍କା ପ୍ରଦାନ କରାଯିବାର ପରମ୍ପରା ରହିଛି।ପରମ୍ପରା ଅନୁଯାୟୀ ଏହି ମେଲଣର ଥାନପତି ବରୁଆଁର ଶ୍ରୀ ଶ୍ରୀ ଗୋପୀନାଥ ଜୀଉ ସନ୍ଧ୍ୟାରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ମେଲଣ ପଡିଆରେ ଥିବା ଥାନପତି ମଣ୍ଡପରେ ବିଜେ ହୋଇଥାନ୍ତି । ପ୍ରତ୍ୟେକ ଠାକୁରଙ୍କ ଦୋଳବିମାନ ନିମନ୍ତେ ସ୍ବତନ୍ତ୍ର ମଣ୍ଡପ ମାନ ପ୍ରସ୍ତୁତ ହୋଇଥାଏ ।ଏହି ମେଲଣକୁ ଆଖପାଖର ପ୍ରାୟ ୩୬ ଗୋଟି ଗ୍ରାମର ଠାକୁର ଦୋଳବିମାନରେ ବିଜେ କରନ୍ତି। ବିମାନରେ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତୀକୁ ଶ୍ରଦ୍ଧାଳୁମାନେ ଦର୍ଶନ କରି ଭାବବିହ୍ବଳ ହୋଇ ପରସ୍ପରକୁ ରଙ୍ଗ ଅବିର ବୋଳି ବେଶ୍ ଆନନ୍ଦିତ ହୁଅନ୍ତି । ଏହି ମେଲଣ କମିଟିର ସ୍ଥାୟୀ ସଭାପତି ଭାବେ ବାଲିଆର ଚୌଧୁରୀ ପାର୍ଥସାରଥୀ ସାମନ୍ତସିଂହାର ମହାପାତ୍ର , ଉପସଭାପତି ଭାବେ କମଳପୁର ଚୌଧୁରୀ ସତ୍ୟ ସୁନ୍ଦର୍ ମହାପାତ୍ର ନିଜର ପୁରାତନ ପାରମ୍ପରିକ ଭେଷ ପୋଷାକରେ ପରିଚାଳନା କମିଟିର ସଦସ୍ୟ ମାନଙ୍କ ସହ ମେଲଣ ଚାନ୍ଦିନୀରେ ଠାକୁର ବାଡ଼ିଆଙ୍କ ସହ ବସି ମେଲଣ ପରିଚାଳନା କରିଥାନ୍ତି । ଏହି ମେଲଣ କମିଟିର ସଦସ୍ୟ ଭାବରେ ପ୍ରତ୍ୟେକ ଠାକୁର ବାଡିଆ ଓ ଆଖ ପାଖ ଅଞ୍ଚଳର ମୁରବି, ବହୁ ବୁଦ୍ଧିଜୀବି ଉପସ୍ଥିତ ରହନ୍ତି । ମେଲଣ ପଡିଆରେ ଦିନେ ଦୁଇଦିନ ପୂର୍ବରୁ ଶତାଧିକ ବ୍ୟବସାୟୀ ନିଜ ନିଜର ପସରା ମେଲାଇ ବେଶ ଭଲ ରୋଜଗାର କରିଥାନ୍ତି ।

Leave a comment

Your email address will not be published. Required fields are marked *