ଓଡ଼ିଶା ଲିଡ୍ସ(ବ୍ୟୁରୋ): ଶିବ ସୁନ୍ଦର ଦାସଙ୍କ ପରେ ଜାତୀୟ କ୍ରିକେଟ ଚୟନ କର୍ତ୍ତା ହୋଇଛନ୍ତି ଓଡ଼ିଆ କ୍ରିକେଟର ପ୍ରଜ୍ଞାନ ଓଝା । ଆଜି ଏ ନେଇ ବିସିସିଆଇ ପକ୍ଷରୁ ଘୋଷଣା ହୋଇଛି । ନିଜ କ୍ୟାରିୟରରେ ପ୍ରଜ୍ଞାନ ୨୪ ଟି ଟେଷ୍ଟ, ୧୮ ଟି ଏକ ଦିବସିୟ ଓ ୬ଟି ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ଖେଳିଛନ୍ତି । ଏହାକୁ ନେଇ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଛା ପ୍ରଦାନ କରାଯାଇଛି ।




















