ଓଡ଼ିଶା ଲିଡ୍ସ(ଯାଜପୁର): ଜିଲ୍ଲାର ଅନ୍ୟତମ ବ୍ୟସ୍ତ ବହୁଳ ରାସ୍ତା ବରୁଆଁ-ଯାଜପୁର ରାସ୍ତା । ଏହି ରାସ୍ତା ଦେଇ ଦୈନିକ ହଜାର ହଜାର ସଂଖ୍ୟାର ଗାଡି ଗତାଗତ କରୁଛି । କିଛି ଦିନ ପୂର୍ବରୁ ମଲ୍ଲିକାପୁର ଠାରୁ ମାନସାପୋଲ ପର୍ଯ୍ୟନ୍ତ ରାସ୍ତାକୁ ପିଚୁ କରାଯାଇଛି । ହେଲେ ଏହି ପିଚୁ କାମ ଅତି ନିମ୍ନମାନର ହୋଇଛି । ନିମ୍ନମାନର କାମ ଯୋଗୁ ମଲ୍ଲିକାପୁର ନିକଟରେ ପ୍ରାୟ ୫୦ ମିଟର ରାସ୍ତା ପିଚୁ ଖୋଳି ହୋଇ ଯାଇଥିଲା । ଏ ନେଇ ଓଡ଼ିଶା ଲିଡ୍ସରେ ଖବର ପ୍ରକାଶ ପାଇଥିଲା । ଖବର ପ୍ରକାଶ ପରେ ସମ୍ପୃକ୍ତ ଠିକାଦାର ଏହି ସ୍ଥାନକୁ ତାଡି ଦେଇ ଛାଡି ଦେଇଥିବା ଦେଖିବାକୁ ମିଳିଛି । ଫଳରେ ବହୁ ସମୟରେ ଏଠାରେ ଦୁର୍ଘଟଣା ଘଟୁଛି । ତୁରନ୍ତ ଏହି ସ୍ଥାନକୁ ମରାମତି କରିବାକୁ ଦାବି ହୋଇଛି ।




















