ଓଡିଶା ଲିଡ୍ସ(ଯାଜପୁର): ଯାଜପୁର ଜିଲ୍ଲାର ଅନ୍ୟତମ ବ୍ୟସ୍ତ ବହୁଳ ରାସ୍ତା କୁଆଖିଆ-ଯାଜପୁର ଟାଉନ ରାସ୍ତା । ଦୈନିକ ହଜାର ହଜାର ସଂଖ୍ୟାର ଗାଡି ଏହି ରାସ୍ତା ଦେଇ ବିଭିନ୍ନ ବ୍ଲକ ସହିତ ପଡୋଶୀ ଭଦ୍ରକ ଓ କେନ୍ଦ୍ରାପଡା ଜିଲ୍ଲାକୁ ଗତାଗତ କରୁଛି । ଦିନକୁ ଦିନ ଗାଡି ସଂଖ୍ୟା ବୃଦ୍ଧି ପାଇବା ଫଳରେ ରାସ୍ତାରେ ଦୁର୍ଘଟଣା ଘଟୁଛି । ଏପରି ସ୍ଥଳେ ଏହି ରାସ୍ତାର ମହେଶ୍ୱରପୁର ଛକ ନିକଟରେ ଥିବା ରାସ୍ତା ଅତ୍ୟନ୍ତ ବିପଦପୂର୍ଣ୍ଣ ହୋଇ ପଡିଛି । ଏହି ଠାରେ ରାସ୍ତା ବଙ୍କେଇ ଯାଇଥିଲା ବେଳେ ରାସ୍ତା କଡରେ ବାଢୁଥିବା ଅନାଵନା ଗଛ ଲଟା କାରଣରୁ ରାସ୍ତାର ଉଭୟ ପଟ ଦେଖା ଯାଉ ନାହିଁ । ଫଳରେ ଏହି ସ୍ଥାନରେ ବହୁ ସମୟରେ ଦୁର୍ଘଟଣା ଘଟୁଛି । ହେଲେ ରାସ୍ତା କଡରେ ଥିବା ଏହି ଗଛ ଲଟାକୁ କାଟି ସଫା କରିବାକୁ ବିଭାଗ ପକ୍ଷରୁ ପଦକ୍ଷେପ ନିଆ ଯାଉନାହିଁ । ଏହି ସ୍ଥାନକୁ ତୁରନ୍ତ ସଫା କରିବାକୁ ସାଧାରଣରେ ଦାବି ହୋଇଛି ।




















