ଓଡ଼ିଶା ଲିଡ୍ସ(ବ୍ୟୁରୋ): ଟାଟା ପାୱାରର ଅତିରିକ୍ତ ସୁରକ୍ଷା ଜମା ନୋଟିସ ପ୍ରତ୍ୟାହାର ଏବଂ ସ୍ମାର୍ଟ ମିଟର ବୋଝ ହଟାଇବା ଦାବିରେ ବିଜୁ ଜନତା ଦଳ ପକ୍ଷରୁ ରାଜଭବନ ସମ୍ମୁଖରେ ବିକ୍ଷୋଭ ଓ ଧାରଣା କାର୍ଯ୍ୟକ୍ରମ ଆଜି ଆୟୋଜିତ ହୋଇ ଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଜେଡିର ବହୁ ନେତା ଯୋଗଦାନ କରି ଟାଟାର ଅପଭୋକ୍ତା ମାରଣ ନୀତି ବିରୁଦ୍ଧରେ ବିଶୋଦଗାର କରିଥିଲେ । ଏହି ଆନ୍ଦୋଳନରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ଇଂ ପ୍ରୀତିରଞ୍ଜନ ଘଡାଇ ଯୋଗଦେଇ ଟାଟା ପାୱାର ସ୍ମାର୍ଟ ମିଟର ଲଗାଇ ଉପଭୋକ୍ତାଙ୍କୁ ଲୁଟୁ ଥିବା ଅଭିଯୋଗ କରିଥିଲେ । ଟାଟା ପାୱାର ତୁରନ୍ତ ଏହି ନିଷ୍ପତିରେ ପରିବର୍ତ୍ତନ କରିବାକୁ ସେ ଦାବି କରିଥିଲେ ।




















