ଓଡ଼ିଶା ଲିଡ୍ସ(ଯାଜପୁର): ଗତକାଲି ବିଜେପିରେ ସାମିଲ ହୋଇଥିବା ଦାନଗଦି ବ୍ଲକ୍ ୯ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟା ଟିନା ହାଇବୃ
ଆଜି ବିଜେଡିକୁ ଫେରିଛନ୍ତି । ଦଳ ଛାଡି ବିଜେପିରେ ସାମିଲ ହେବାର ମାତ୍ର କେତେଘଣ୍ଟା ପରେ ତାଙ୍କର ମୋହଭଙ୍ଗ ହୋଇଛି । ସେ ପୁଣି ନିଜ ଘର ବିଜେଡିକୁ ଫେରିଛନ୍ତି। ତାଙ୍କୁ ପୁର୍ବତନ ମନ୍ତ୍ରୀ ତଥା ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଇଂ ପ୍ରୀତିରଞ୍ଜନ ଘଡାଇ ଦଳୀୟ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଛନ୍ତି।

ଗତ ନିର୍ବାଚନ ପରଠାରୁ ଜିଲ୍ଲାର ଏକମାତ୍ର ନେତା ଭାବେ ବିଜେପି ସରକାର ଓ ଜିଲ୍ଲା ପ୍ରଶାସନକୁ ମୁହଁ ତୋଡ ଜବାବ ଦେଉଥିବା ଇଂ ଘଡାଇ(ଡ୍ୟାନି) ଆଜି ବିଜେପିକୁ ଶକ୍ତ ଧକ୍କା ଦେଇଛନ୍ତି । ଆଗକୁ ଦଳ ଛାଡି ବିଜେପିରେ ସାମିଲ ହୋଇଥିବା କିଛି ନେତା ବିଜେଡିରେ ସାମିଲ ହେବାକୁ ଡ୍ୟାନିଙ୍କ ଯୋଗାଯୋଗରେ ଥିବା ଚର୍ଚ୍ଚା ହେଉଛି । ଡ୍ୟାନିଙ୍କ ଏହି ଗୋଟି ଚାଳନା କେବଳ ସୁକିନ୍ଦା ବିଜେପି ନୁହେଁ ଜିଲ୍ଲା ବିଜେପିକୁ ଚକିତ କରି ଦେଇଛି ।




















