ଓଡ଼ିଶା ଲିଡ୍ସ(ଯାଜପୁର): କାଳିଆପାଣି ପଞ୍ଚାୟତର ବିଜୁ ଜନତା ଦଳର ଯୁବ ସଂଗଠକ ମନୋଜ କୁମାର ମେଲସାଣ୍ଡିଙ୍କ ଧର୍ମପତ୍ନୀଙ୍କ ଦେହାନ୍ତର ଖବର ଶୁଣି ଡୁବୁରୀ ସ୍ଥିତ ଟାଟା ମେଡିକା ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ସେ କହିଛନ୍ତି ଏହି ଦୁଃଖ ସମୟରେ ଶୋକସନ୍ତପ୍ତ ପରିବାରଙ୍କୁ ମୋର ସମବେଦନା ଜଣାଉଛି। ଭଗବାନ ତାଙ୍କ ପରିବାରକୁ ଧୈର୍ଯ୍ୟ ଓ ଶକ୍ତି ପ୍ରଦାନ କରୁନ୍ତୁ ।




















