ଓଡ଼ିଶା ଲିଡ୍ସ(ବ୍ୟୁରୋ): ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିଛନ୍ତି ପୂର୍ବତନ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ନିଜ ଶୋକ ବାର୍ତ୍ତାରେ ଇଂ ଘଡାଇ କହିଛନ୍ତି ବରିଷ୍ଠ ରାଜନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ଦେବେନ୍ଦ୍ର ପ୍ରଧାନଙ୍କ ଦେହାନ୍ତ ମତେ ଗଭୀର ମର୍ମାହତ କରିଛି । ତାଙ୍କ ସହିତ ଆମର ପାରିବାରିକ ସମ୍ପର୍କ ରହିଛି । ସେ ମୋ ପାଇଁ ପିତୃତୁଲ୍ୟ ଥିଲେ । ଏଭଳି କଠିନ ସମୟରେ ତାଙ୍କ ପରିବାରକୁ ଦୁଃଖ ସହିବାକୁ ଭଗବାନ ଅସୀମ ଧର୍ଯ୍ୟ ପ୍ରଦାନ କରିବା ସହିତ ସ୍ୱର୍ଗତ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ ।
