ଓଡ଼ିଶା ଲିଡ୍ସ(ଯାଜପୁର): ସୁକିନ୍ଦା ନିର୍ବାଚନ ମଣ୍ଡଳୀ କାଳିଆପାଣି ପଞ୍ଚାୟତ ବିଜୁ ଜନତା ଦଳର ଯୁବ ସଂଗଠକ ମନୋଜ କୁମାର ମେଲସାଣ୍ଡିଙ୍କ ଧର୍ମପତ୍ନୀ ବାସୁମତୀ ମେଲସାଣ୍ଡିଙ୍କର ଦେହାନ୍ତ ହୋଇଥିଲା । ଏହି ସମୟରେ ତାଙ୍କ ପରିବାର ନିକଟରେ ପହଞ୍ଚି ସାନ୍ତ୍ୱନା ପ୍ରଦାନ କରିଥିଲେ ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ଆଜି ତାଙ୍କ ଦ୍ୱାଦଶାହ ଅବସରରେ ତାଙ୍କ ବାସଭବନରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ।




















