ଓଡ଼ିଶା ଲିଡ୍ସ(ଯାଜପୁର): ଧର୍ମଶାଳା ଅଞ୍ଚଳରେ ଯୁବଗୋଷ୍ଠୀ ଧଳା ଜହର କବଳରେ ପଡିଛନ୍ତି । ଯାହାର ପ୍ରମାଣ ବିଭିନ୍ନ ସ୍ଥାନରୁ ମିଳିଛି । ପରିତ୍ୟକ୍ତ ସ୍ଥାନ ମାନଙ୍କରେ ଯୁବ ଗୋଷ୍ଠି ଏକତ୍ରିତ ହୋଇ ଏହି ମାରାତ୍ମକ ନିଶା ସେବନ କରୁଛନ୍ତି । କେବଳ ଧର୍ମଶାଳା ନୁହେଁ ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏହି ମାରାତ୍ମକ ନିଶା ସେବନକାରୀଙ୍କ ସଂଖ୍ୟା ବଢି ବଢି ଚାଲିଛି । ବହୁ ସଂଖ୍ୟାରେ ଯୁବକ ଏହି ମାରାତ୍ମକ ନିଶା ଫାଶରେ ପଡି ଏବେ ନିଜ ଭବିଷ୍ୟତକୁ ଅନ୍ଧାର କରି ଦେଇ ସାରିଲେଣି ।
ଅପରପକ୍ଷେ ଏହି ମାରାତ୍ମକ ନିଶା କାରବାରରେ ରୋକ ଲଗାଇବା ଯେଉଁ ବିଭାଗର ଦାୟିତ୍ୱ ସେଇ ବିଭାଗ ସବୁ ଦେଖି, ସବୁ ଜାଣି ହାତ ବାନ୍ଧି ବସିଛି । ଯାଜପୁର ଜିଲ୍ଲାରେ ସିଣ୍ଡିକେଟ ଜରିଆରେ ଏହି ମାରାତ୍ମକ ନିଶା କାରବାର ଚାଲିଥିଲା ବେଳେ ସିଣ୍ଡିକେଟ ସଦସ୍ୟଙ୍କର ଅବକାରୀ ବିଭାଗ ସହିତ ବେଶ ମଧୁର ସମ୍ପର୍କ ରହିଥିବା କାରଣରୁ ଅବକାରୀ ବିଭାଗ ନିରବ ରହୁଥିବା ଚର୍ଚ୍ଚା ହେଉଛି ।




















