ଓଡ଼ିଶା ଲିଡ୍ସ(ବ୍ୟୁରୋ):କେନ୍ଦ୍ର ବିଜେପି ରାଜନୀତିରେ ଦୁଇ ପ୍ରଭାବଶାଳୀ ଓଡ଼ିଆ ନେତାଙ୍କୁ ପୁଣି ବଡ଼ ଦାୟିତ୍ବ ମିଳିଛି। ଭାରତୀୟ ଜନତା ପାର୍ଟି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିହାର ଓ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କୁ ତାମିଲନାଡୁର ଦାୟିତ୍ୱ ପ୍ରଦାନ କରିଛି । ବିହାର ନିର୍ବାଚନ ପାଇଁ ତାରିଖ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ । ହେଲେ ବିଭିନ୍ନ ରାଜନୈତିକ ଦଳ ସେମାନଙ୍କର ପ୍ରସ୍ତୁତି ଚଳାଇଛନ୍ତି ।
ବିଜେପି ବିହାର ନିର୍ବାଚନ ପାଇଁ କେନ୍ଦ୍ରମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଭାରୀ ଭାବରେ ନିଯୁକ୍ତ କରିଥିବା ବେଳେ ସି.ଆର. ପାଟିଲ ଏବଂ କେଶବ ପ୍ରସାଦ ମୌର୍ଯ୍ୟଙ୍କୁ ସହ-ପ୍ରଭାରୀ ଭାବରେ ନିଯୁକ୍ତ କରିଛି। ସେହିଭଳି ତାମିଲନାଡୁର ନିର୍ବାଚନ ପ୍ରଭାରୀ ଦାୟିତ୍ବ ମିଳିଛି ଦଳର ଉପସଭାପତି ତଥା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ । ଉଭୟ ପୂର୍ବରୁ ବିଭିନ୍ନ ରାଜ୍ୟର ନିର୍ବାଚନ ପ୍ରଭାରୀ ଭାବେ ବେଶ ସଫଳତାର ସହିତ କାର୍ଯ୍ୟ କରିଛନ୍ତି । ଏନେଇ ରାଷ୍ଟ୍ରୀୟ ମହାସିଚିବ ଅରୁଣ ସିଂହ ସୂଚନା ପ୍ରଦାନ କରିଛନ୍ତି।




















