ଓଡ଼ିଶା ଲିଡ୍ସ(ଯାଜପୁର): ଆଜି ଦାନଗଦି ସ୍ଥିତ ବିଜେଡ଼ି କାର୍ଯ୍ୟାଳୟରେ ଆୟୋଜିତ ହୋଇଥିବା ସମ୍ବର୍ଦ୍ଧନା ସଭାରେ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ତଥା ପୂର୍ବତନ ମନ୍ତ୍ରୀ ଇଂ. ପ୍ରୀତିରଞ୍ଜନ ଘଡାଇ ବିଜୁ ଜନତା ଦଳର ନବନିର୍ବାଚିତ ବ୍ଲକ୍ ସଭାପତି ଗୋପାଳ କୃଷ୍ଣ ବାରିକ ଓ ଜୋନ ସ୍ତରୀୟ ଉପଦେଷ୍ଟା ଭାବେ ମନୋନୀତ ହୋଇଥିବା ନେତୃବୃନ୍ଦଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
ଦଳର ଦାନଗଦି ବ୍ଲକ ସଭାପତି ଶ୍ରୀ ବାରିକ ଓ ତାଙ୍କ ଉପଦେଷ୍ଟାମାନେ ଆଗାମି ଦିନରେ ଦାନଗଦି ବ୍ଲକ ବିଜୁ ଜନତା ଦଳକୁ ଅଧିକ ମଜବୁତ କରିବା ସହିତ ସାଧାରଣ ଲୋକଙ୍କ ସମସ୍ୟା ସମାଧାନ ପ୍ରତି ଅଧିକ ଦାୟିତ୍ୱବାନ ହେବେ ବୋଲି ଇଂ ଘଡାଇ ନିଜ ବକ୍ତବ୍ୟ ସମୟରେ ଆଶା ପ୍ରକାଶ କରିଥିଲେ । ଇଂ ଘଡାଇ ସମସ୍ତ ନେତୃବୃନ୍ଦଙ୍କୁ ପୁଷ୍ପଗୁଛ ଓ ଦଳୀୟ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ।




















