orissaleads

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ପାକିସ୍ତାନରେ ମହଙ୍ଗା ମାଡ଼: ଟମାଟୋ କିଲୋ ୬୦୦, ଅଦା କିଲୋ ୭୫୦ ଟଙ୍କା

ପାକିସ୍ତାନରେ ମହଙ୍ଗା ମାଡ଼: ଟମାଟୋ କିଲୋ ୬୦୦, ଅଦା କିଲୋ ୭୫୦ ଟଙ୍କା

ପାକିସ୍ତାନ ଉପରେ ଆଫ୍ଗାନିସ୍ତାନର ଆକ୍ରମଣ: ୫୮ ପାକ୍ ସୈନିକଙ୍କ ମୃତ୍ୟୁ ଦାବି କଲା ଆଫଗାନିସ୍ତାନ

ପାକିସ୍ତାନ ଉପରେ ଆଫ୍ଗାନିସ୍ତାନର ଆକ୍ରମଣ: ୫୮ ପାକ୍ ସୈନିକଙ୍କ ମୃତ୍ୟୁ ଦାବି କଲା ଆଫଗାନିସ୍ତାନ

ଗାଜା ଷ୍ଟ୍ରିପରେ ଇସ୍ରାଏଲର ବିମାନ ଆକ୍ରମଣ, ମୃତ୍ୟୁ ମୁଖରେ ୪୦ ପାଲେଷ୍ଟାଇନ ନାଗରିକ

ଗାଜା ଷ୍ଟ୍ରିପରେ ଇସ୍ରାଏଲର ବିମାନ ଆକ୍ରମଣ, ମୃତ୍ୟୁ ମୁଖରେ ୪୦ ପାଲେଷ୍ଟାଇନ ନାଗରିକ

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ମନ୍ତ୍ରୀ

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ମନ୍ତ୍ରୀ

ଟୁଟୁ ନାହିଁ ଭାରତ-ଆମେରିକା ବିବାଦ, ରୁଷରେ ପହଞ୍ଚିଲେ ଅଜିତ ଡୋଭାଲ

ଟୁଟୁ ନାହିଁ ଭାରତ-ଆମେରିକା ବିବାଦ, ରୁଷରେ ପହଞ୍ଚିଲେ ଅଜିତ ଡୋଭାଲ

୭ ମାସ ମଧ୍ୟରେ ୧୭ ଶହ ଭାରତୀୟଙ୍କୁ ବିଦା କରିଛି ଆମେରିକା, ପଞ୍ଜାବ ଓ ହରିୟାଣାରୁ ସର୍ବାଧିକ

୭ ମାସ ମଧ୍ୟରେ ୧୭ ଶହ ଭାରତୀୟଙ୍କୁ ବିଦା କରିଛି ଆମେରିକା, ପଞ୍ଜାବ ଓ ହରିୟାଣାରୁ ସର୍ବାଧିକ

ପ୍ରୀତିରଞ୍ଜନଙ୍କ ଆଶୁ ଆରୋଗ୍ୟ କାମନା କଲେ ସମର୍ଥକ

ପ୍ରୀତିରଞ୍ଜନଙ୍କ ଆଶୁ ଆରୋଗ୍ୟ କାମନା କଲେ ସମର୍ଥକ

ସୁନା ଝିଅଙ୍କୁ ସମ୍ବର୍ଦ୍ଧିତ କଲେ ହିମାଂଶୁ

ସୁନା ଝିଅଙ୍କୁ ସମ୍ବର୍ଦ୍ଧିତ କଲେ ହିମାଂଶୁ

ଅଶାନ୍ତ ମଧ୍ୟପ୍ରାଚ, ଇରାନର ତିନିଟି ପରମାଣୁ କେନ୍ଦ୍ରରେ ଆମେରିକାର ପ୍ରବଳ ବୋମା ମାଡ଼

ଅଶାନ୍ତ ମଧ୍ୟପ୍ରାଚ, ଇରାନର ତିନିଟି ପରମାଣୁ କେନ୍ଦ୍ରରେ ଆମେରିକାର ପ୍ରବଳ ବୋମା ମାଡ଼

ଆମେରିକାକୁ ହମାସର ଚେତାବନୀ, ଇରାନ ବିରୁଦ୍ଧରେ ସାମରିକ ହସ୍ତକ୍ଷେପ ବିଷୟରେ ଚିନ୍ତା କଲେ ପରିଣାମ ଭୟଙ୍କର ହେବ

ଆମେରିକାକୁ ହମାସର ଚେତାବନୀ, ଇରାନ ବିରୁଦ୍ଧରେ ସାମରିକ ହସ୍ତକ୍ଷେପ ବିଷୟରେ ଚିନ୍ତା କଲେ ପରିଣାମ ଭୟଙ୍କର ହେବ

Blog Post

orissaleads > ରାଜ୍ୟ > ନବୀନଙ୍କ ନୂଆ ରୂପ: ବିଜେଡି ଉତ୍ସାହିତ ବିଜେପି ଚିନ୍ତିତ

ନବୀନଙ୍କ ନୂଆ ରୂପ: ବିଜେଡି ଉତ୍ସାହିତ ବିଜେପି ଚିନ୍ତିତ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ନବୀନଙ୍କ ନୂଆ ରୂପକୁ ନେଇ ବିଜେଡି ଉତ୍ସାହିତ ହୋଇ ପଡ଼ିଥିଲା ବେଳେ ଏହା ବିଜେପିର ଚିନ୍ତା ବଢ଼ାଇଥିବା ନେଇ ଚର୍ଚ୍ଚା ଜୋର ଧରିଛି । ରାଜ୍ୟବାସୀବି ନବୀନଙ୍କ ନୂଆ ରୂପ ଦେଖି ତଟସ୍ଥ । ନିର୍ବାଚନ ସମୟରେ ନବୀନଙ୍କ କାର୍ଯ୍ୟଧାରାକୁ ଦୃଷ୍ଟି ଦେଲେ ନବୀନ ସେ ସମୟରେ ଖୁବ ଦୁର୍ବଳ ଓ ଅସୁସ୍ଥ ଦେଖା ଯାଉଥିଲେ । କିଛି ସ୍ଥାନର ଭିଡିଓ ଚିତ୍ରରେ ସେ ଠିକ ଢଙ୍ଗରେ ଚାଲି ପାରୁନଥିବା ମଧ୍ୟ ଦେଖିବାକୁ ମିଳୁଥିଲା । ଚାଲିବା ପାଇଁ ସେ ଅନ୍ୟର ସହାରା ନେଉଥିଲେ । ହେଲେ ଏବେ ଓଲଟା ଚିତ୍ର ଦେଖୁବାକୁ ମିଳୁଛି ନବୀନଙ୍କ କ୍ଷେତ୍ରରେ । ବେଶ ସୁସ୍ଥ ହୋଇଥିବା ତାଙ୍କ କାର୍ଯ୍ୟକଳାପରୁ ଦେଖିବାକୁ ମିଳୁଛି । ବିଭିନ୍ନ ସମୟରେ ନିଜର ଦଳୀୟ ନେତା ଓ ନେତ୍ରୀଙ୍କୁ ନେଇ ଦଳୀୟ ସଂଗଠନ ବିଷୟରେ ଆଲୋଚନା କରୁଥିଲା ବେଳେ ବହୁ ସଂଖ୍ୟାରେ ଦଳୀୟ କର୍ମୀଙ୍କୁ ମଧ୍ୟ ଭେଟୁଛନ୍ତି । ଗଣ ମଧ୍ୟମଠାରୁ ପୂର୍ବରୁ ଦୁରେଇ ରହୁଥିଲା ବେଳେ ଏବେ ଗଣ ମାଧ୍ୟମରେ ବିଭିନ୍ନ ବିବୃତି ରଖୁଛନ୍ତି । ବିଶେଷ କରି ଗଣ ମାଧ୍ୟମକୁ ସମ୍ମୁଖିନ ହେଉଥିଲା ବେଳେ ବେଶ ଚଳ ଚଞ୍ଚଳ ଜଣା ପଡୁଛନ୍ତି ନବୀନ । ଲଗାତାର ଭାବେ ବିଧାନସଭାକୁ ମଧ୍ୟ ଆସୁଛନ୍ତି । ପୂର୍ବରୁ ଅସମ୍ଭବ ନୀରବତା ଅବଲମ୍ବନ କରୁଥିଲା ବେଳେ ଏବେ କିନ୍ତୁ ନିଜ ଦଳର ନେତାଙ୍କୁ ବିଭିନ୍ନ କଥା ପଚାରି ବୁଝୁଛନ୍ତି ।

ନବୀନଙ୍କ ଏହି ବଦଳା ଆଭିମୁଖ୍ୟ ବିଜେଡି ଦଳରେ ଓ ନେତାଙ୍କ ମନରେ ଉତ୍ସାହ ଭରିଛି । ନବୀନଙ୍କ ନିର୍ବାଚନ ସମୟର ସ୍ୱାସ୍ଥ୍ୟ ଅବସ୍ଥାରେ ପରିବର୍ତ୍ତନ ହେବା ଓ ନବୀନ ଚଳଚଞ୍ଚଳ ହେବା ଦଳରେ ନୂଆ ଉତ୍ସାହ ସୃଷ୍ଟି କରିଛି । ନବୀନଙ୍କ ବଦଳା ରୂପକୁ ନେଇ ଶାସକ ବିଜେପି କିନ୍ତୁ ଚିନ୍ତାରେ ପଡ଼ି ଯାଇଛି । ବିଜେପି ନେତା ମାନନ୍ତୁ ଅବା ନ ମାନନ୍ତୁ ନବୀନଙ୍କ ଏହି ରୂପ ଦଳକୁ ଚିନ୍ତିତ କରୁଛି । ନବୀନଙ୍କ ବଦଳା ଆଭିମୁଖ୍ୟକୁ ଦେଖି ବିଜେପିର ନେତା ମାନେ ସ୍ୱଳ୍ପ ଶବ୍ଦରେ ଟାର୍ଗେଟ କରୁଥିବା ଦେଖୁବାକୁ ମିଳିଛି । ନବୀନ ଧାଡ଼ିକିଆ ବିବୃତି ଦେଉଥିବା ବିଜେପି କହିବା ଏହାକୁ ପ୍ରମାଣିତ କରୁଛି । ଆଗକୁ ଯଦି ବିଜେଡି କୌଣସି ବଡ଼ ସମାବେଶ ଆୟୋଜନ କରେ ଓ ନବୀନ ସେଠାରେ ଯୋଗଦେଇ ସରକାର ବିରୁଦ୍ଧରେ କଡା ଆଭିମୁଖ୍ୟ ଗ୍ରହଣ କରନ୍ତି ତେବେ ଏହା ବିଜେପି ଚିନ୍ତାକୁ ଦ୍ବିଗୁଣିତ କରିବ ଏଥିରେ ସନ୍ଦେହ ନାହିଁ ।

Leave a comment

Your email address will not be published. Required fields are marked *