ଓଡ଼ିଶା ଲିଡ୍ସ(ବ୍ୟୁରୋ): ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କୁ ନିଜ ନିର୍ବାଚନ ମଣ୍ଡଳୀର ଖେରଙ୍ଗ ପଞ୍ଚାୟତର ଲୋକମାନେ ତୀବ୍ର ବିରୋଧ କରିଛନ୍ତି । ବିରୋଧ ଫଳରେ ଭୟରେ ବିଧାୟକ ବ୍ୟୋମକେଶ ରାୟ ସେଠାରୁ ହଟହଟା ହୋଇ ଖସି ପଳାଇଥିବାର ଭିଡିଓ ଭାଇରାଲ ହେଉଛି ।
ଭତ୍ତା ଚୋର କହି ବିଧାୟକ ଶ୍ରୀ ରାୟଙ୍କୁ ପଞ୍ଚାୟତର ଲୋକମାନେ ଆକ୍ଷେପ କରି ଗୋଡ଼ାଇଥିଲେ। ଦୁର୍ଗା ମେଢ଼ ବୁଲିବାକୁ ଆସିଥିବା ବିଧାୟକ ଶ୍ରୀ ରାୟଙ୍କୁ ତୀବ୍ର ବିରୋଧ କରାଯିବା ସହିତ ଠେଲାପେଲା ମଧ୍ୟ କରିଥିଲେ । ଭୟରେ ବିଧାୟକ ବ୍ୟୋମକେଶ ରାୟ ସେଠାରୁ ପଳାଇ ଆସିଥିଲେ।ଏହି ଘଟଣାକୁ ନେଇ ଚାନ୍ଦବାଲି ରାଜନୀତି ବେଶ୍ କିଛି ଉଷ୍ମ ହୋଇ ପଡିଛି । ଆଗାମୀ ଦିନରେ ବିଜେଡି ବିଧାୟକ ବ୍ୟୋମକେଶ ରାୟଙ୍କୁ ଚାନ୍ଦବାଲିରେ ତୀବ୍ର ବିରୋଧ କରାଯିବା ବୋଲି ଖେରଙ୍ଗବାସୀ ଚେତାବନୀ ମଧ୍ୟ ଦେଇଛନ୍ତି।
ଏହି ଘଟଣାକୁ ନେଇ ଚାନ୍ଦବାଲି ରାଜନୀତି ବେଶ୍ କିଛି ଉଷ୍ମ ହୋଇଛି । ଏଠାରେ ସୂଚନାଯୋଗ୍ୟ ଗତ ନିର୍ବାଚନରେ ବ୍ୟୋମକେଶ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ପରାଜିତ କରିଥିଲେ ।




















