ଓଡ଼ିଶା ଲିଡ୍ସ(ବ୍ୟୁରୋ): ମାତ୍ର ୩୪ ବର୍ଷ ବୟସରେ ନିରବି ଯାଇଛନ୍ତି କୋଟି କୋଟି ଓଡ଼ିଆ ସଙ୍ଗୀତ ପ୍ରେମୀଙ୍କ ପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ଭୁବନେଶ୍ୱର ଏମଏସରେ ଚିକିତ୍ସାଧିନ ଥିଲା ବେଳେ ତାଙ୍କର ଦୁଃଖଦ ଦେହାନ୍ତ ହୋଇଛି । ଏହି ଖବର ରାଜ୍ୟବାସୀଙ୍କୁ ସ୍ତବ୍ଧ କରି ଦେଇଛି । ଅସୁସ୍ଥ ହୋଇ ସେ ପ୍ରଥମେ କଟକର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧିନ ଥିଲା ବେକେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ଏମଏସକୁ ସ୍ଥାନାନ୍ତର କରାଯାଇଥିଲା । ତାଙ୍କ ଅବସ୍ଥା ଅତ୍ୟନ୍ତ ଜଟିଳ ଥିଲା ବେଳେ ଡାକ୍ତର ମାନେ ତାଙ୍କୁ ବଞ୍ଚାଇବାକୁ ଶତ ଚେଷ୍ଟା କରୁଥିଲା ବେଳେ ସମସ୍ତଙ୍କୁ ପର କରି ରାତି ୯ଟା ୮ ମିନିଟରେ ପରପାରିକୁ ଚାଲି ଯାଇଛନ୍ତି । ଗତ ୧୪ ତାରିଖରେ ସେ ଏମଏସରେ ଭର୍ତ୍ତି ହୋଇଥିଲେ ।
ନିଜ ଯାଦୁକାରୀ କଣ୍ଠ ବଳରେ ସେ କୋଟି କୋଟି ସ୍ରୋତାଙ୍କ ହୃଦୟ ଜିତି ପାରିଥିଲେ । ସେ ଗାଇଥିବା ସମସ୍ତ ଗୀତ ସ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ତାଙ୍କ ଦେହାନ୍ତରେ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି । ଖୁବ କମ ବୟସ ପାଇଁ ଆସି ନିଜ ସୁଲଳିତ କଣ୍ଠ ସ୍ୱରରରେ ରାଜ୍ୟବାସୀଙ୍କୁ ନିଜର କରିଥିବା ହ୍ୟୁମାନ ସାଗର ଆଜି ନିରବି ଯାଇଛନ୍ତି ସତ, ହେଲେ ତାଙ୍କ କଣ୍ଠର ଯାଦୁରେ ସୃଷ୍ଟି ହୋଇଥିବା ଗୀତ ଯୁଗ ଯୁଗ ଧରି ସ୍ରୋତାଙ୍କ କାନରେ ଗୁଞ୍ଜରିତ ହେବ ଆଉ ମନେ ପଡୁଥିବେ ହ୍ୟୁମାନ ।




















