ଓଡ଼ିଶା ଲିଡ୍ସ(ବ୍ୟୁରୋ): ଅତାବିରା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ଆଣି ନୂଆପଡା ଭୋଟରଙ୍କ ଉପରେ ଲଦିବାର ଫଳ ବିଜେଡି ପାଇଛି । ନୂଆପଡା ଉପନିର୍ବାଚନରେ ରାଜ୍ୟ ମହିଳା ବିଜୁ ଜନତା ଦଳ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ କରି ବିଜେଡି ନୂଆପଡାବାସୀଙ୍କ ସ୍ନେହ ଜିତିବାରେ ବିଫଳ ହେଲା ବିଜେଡ଼ି । ନୂଆପଡାବାସୀ କିନ୍ତୁ ନିଜ ଅଞ୍ଚଳର ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କୁ ବିଜେଡି ପ୍ରାର୍ଥୀଙ୍କ ଠାରୁ ଅଧିକ ଭୋଟ ଦେଇଛନ୍ତି । ଫଳରେ ବିଜେଡି ପ୍ରାର୍ଥୀ ତୃତୀୟ ସ୍ଥାନକୁ ଖସି ଯାଇଛନ୍ତି । ମାତ୍ର ୧୬ ମାସ ପୂର୍ବରୁ ଯେଉଁଠାରେ ବିଜେଡି ବିଜୟୀ ହୋଇଥିଲା ସେଠାରେ ତୃତୀୟ ସ୍ଥାନକୁ ଖସି ଯାଇଛି । ଅନ୍ୟ ପକ୍ଷରେ ଦିନେ ସବୁ ନିର୍ବାଚନରେ ବାଜିମାତ୍ କରୁଥିବା ବିଜୁ ଜନତା ଦଳ ଏଥର କିନ୍ତୁ ଉପନିର୍ବାଚନରେ ତୃତୀୟ ସ୍ଥାନକୁ ଖସିଯିବା ଦେଖିବାକୁ ମିଳିଛି । ବିଜେଡି ତୃତୀୟ ସ୍ଥାନକୁ ଖସିଯିବା ଫଳରେ କଂଗ୍ରେସ ହିଁ ରାଜ୍ୟର ପ୍ରମୁଖ ଵିରୋଧି ଦଳ ତାହା ସ୍ପଷ୍ଟ ହୋଇଛି । ନୂଆପଡା ନିର୍ବାଚନ ଫଳ ବିଜେଡି ପାଇଁ ଏକ ସତର୍କଘଣ୍ଟି ହୋଇଥିଲା ବେଳେ ଦଳ ସୁପ୍ରିମୋ ଦଳକୁ ନେଇ କି ପଦକ୍ଷେପ ନେଉଛନ୍ତି ତାକୁ ଅପେକ୍ଷା । ନବୀନଙ୍କ ନୂଆପଡ଼ା ଗସ୍ତକରି ସ୍ନେହାଙ୍ଗିନୀଙ୍କ ପାଇଁ ପ୍ରଚାର କରିଥିଲେ । ନୂଆପଡାବାସୀ ନା ନବୀନଙ୍କ କଥା ଶୁଣିଲେ ନା ମାମୁଘର ମାମୁଘର କହି ଭୋଟ ମାଗିଥିବା ସ୍ନେହାଙ୍ଗିନୀଙ୍କ ମୁହଁ ଚାହିଁଲେ । ଫଳରେ ନିଜ ମାମୁଘରେ ହିଁ ପରାଜୟର ମୁହଁ ଚାହିଁଛନ୍ତି ସ୍ନେହାଙ୍ଗିନୀ ।




















