ଓଡ଼ିଶା ଲିଡ୍ସ(ବ୍ୟୁରୋ): ବଲିଉଡର ଲୋକପ୍ରିୟ ଅଭିନେତା ତଥା ଜଣାଶୁଣା ହାସ୍ୟ ଅଭିନେତା ସତୀଶ ଶାହଙ୍କର ଦେହାନ୍ତ ହୋଇ ଯାଇଛି । ୭୪ ବର୍ଷୀୟ ସତୀଶ ଦୀର୍ଘଦିନ ଧରି କିଡ୍ନୀ ଜନିତ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ୧୦୦ରୁ ଅଧିକ ଫିଲ୍ମରେ ହାସ୍ୟଭିନେତା ସହିତ ଚରିତ୍ର ଅଭିନେତା ଭୂମିକାରେ ନଜର ଆସିଥିଲେ ସତୀଶ । ନିଜର ଜୀବନ୍ତ ଅଭିନୟ ପାଇଁ ସେ ବେଶ ଖ୍ୟାତି ଅର୍ଜନ କରିଥିଲେ । ତାଙ୍କ ଦେହାନ୍ତ ବିଭିନ୍ନ ମହଲରେ ଶୋକର ଛାୟା ଖେଳାଇ ଦେଇଛି ।




















