ଓଡ଼ିଶା ଲିଡ୍ସ(ବ୍ୟୁରୋ): ରୁଚି ମସଲାର ପ୍ରତିଷ୍ଠାତା ଶରତ କୁମାର ସାହୁଙ୍କର ପରଲୋକ ହୋଇଯାଇଛି । କିଛି ମାସ ହେଲା ସେ କ୍ୟାନସର ରୋଗରେ ପୀଡ଼ିତ ଥିଲେ। ମୁମ୍ବାଇ ଠାରେ ତାଙ୍କର ଚିକିତ୍ସା ଚାଲିଥିଲା ।
ସେ ୧୯୭୬ ମସିହାରେ ଏହି କମ୍ପାନୀ ଆରମ୍ଭ କରିଥିଲେ । ଆରମ୍ଭରୁ ଏହି କମ୍ପାନୀ ହଳଦୀ ଗୁଣ୍ଡ ଉତ୍ପାଦନ କରୁଥିଲା। ଧୀରେଧୀରେ ଅନ୍ୟାନ୍ୟ ମସଲା କମ୍ପାନୀ ପ୍ରସ୍ତୁତ କରି ବେଶ ଲୋକପ୍ରିୟତା ଅର୍ଜନ କରିଥିଲା । ଏହି କମ୍ପାନୀର ବିକାଶରେ ସ୍ୱର୍ଗତ ଶରତ ସାହୁଙ୍କର ବଡ଼ ଭୂମିକା ରହିଥିଲା ।
ତାଙ୍କର କଠୋର ପରିଶ୍ରମ ଏବଂ ସୁପରିଚାଳନା ଯୋଗୁଁ ଏହା ଲୋକପ୍ରିୟ ହୋଇପାରିଛି। ତାଙ୍କ ଦେହାନ୍ତରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି ।




















