ଓଡ଼ିଶା ଲିଡ୍ସ(ବ୍ୟୁରୋ):ପଶ୍ଚିମବଙ୍ଗରେ ଘଟିଥିବା ହୃଦୟବିଦାରକ ଗଣ ଦୁଷ୍କର୍ମ ଘଟଣାରେ ପୀଡିତା ଛାତ୍ରୀଙ୍କ ପରିବାର ସହିତ କଥା ହେଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି ଏହି ବର୍ବର ଘଟଣା ଆମ ରାଜ୍ୟ ସମେତ ସମଗ୍ର ଦେଶକୁ ଆଘାତ ଦେଇଛି। ଏହି ଜଘନ୍ୟ ଅପରାଧର ପୀଡ଼ିତା ଜଣେ ଓଡ଼ିଆ ଝିଅ ହୋଇଥିବାରୁ ଏହା ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଯନ୍ତ୍ରଣାଦାୟକ। ଆଜି ଏହି କଠିନ ସମୟରେ ଆଶ୍ୱାସନା ଦେବା ସହ ଓଡ଼ିଶା ସରକାର ସେମାନଙ୍କ ସହ ଅଛି ବୋଲି ସ୍ପଷ୍ଟ କରିଛନ୍ତି ଶ୍ରୀ ସାମଲ ।
ସେ ଆହୁରି ମଧ୍ୟ କହିଛନ୍ତି ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୀଡ଼ିତା ଓ ତାଙ୍କ ପରିବାରକୁ ସମସ୍ତ ପ୍ରକାର ସହାୟତା, ସହଯୋଗ ଏବଂ ନ୍ୟାୟିକ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସାହାଯ୍ୟ ପ୍ରଦାନ କରିବାକୁ ତତ୍ପର ଅଛନ୍ତି।
ଏଭଳି ଘୃଣ୍ୟ ଅପରାଧ କୌଣସି ସଭ୍ୟ ସମାଜରେ ସହ୍ୟ କରାଯାଇପାରିବ ନାହିଁ। ପୀଡ଼ିତା ଓ ତାଙ୍କ ପରିବାରକୁ ଶୀଘ୍ର ନ୍ୟାୟ ମିଳିବା ଅତ୍ୟନ୍ତ ଜରୁରୀ। ଓଡ଼ିଶା ବିଜେପି ଓ ରାଜ୍ୟ ସରକାର ଏହି ମାମଲାରେ ସମସ୍ତ ସ୍ତରରେ ହସ୍ତକ୍ଷେପ କରି ପୀଡ଼ିତା ପକ୍ଷରେ ଠିଆ ହୋଇଛି। ମହିଳା ନିରାପତ୍ତା ଆମର ସର୍ବୋଚ୍ଚ ପ୍ରାଥମିକତା, ଏବଂ ଆମେ ନିଶ୍ଚିତ କରିବୁ ଯେ ଏହି ଜଘନ୍ୟ ଅପରାଧର ଦୋଷୀମାନେ କଠୋର ଦଣ୍ଡ ପାଇବେ ଏବଂ ପୀଡ଼ିତା ପରିବାରକୁ ସମ୍ପୂର୍ଣ୍ଣ ନ୍ୟାୟ ମିଳିବ।




















