ଓଡ଼ିଶା ଲିଡ୍ସ(ବ୍ୟୁରୋ): ନିକଟରେ ପଶ୍ଚିମବଙ୍ଗ ଦୁର୍ଗାପୁରରେ ଜଣେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ଘଟି ଯାଇଛି । ଏହି ଘଟଣାରେ ଚିନ୍ତା ପ୍ରକଟ କରିଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି. ଆନନ୍ଦ ବୋଷ। ସେ କହିଛନ୍ତି ପଶ୍ଚିମବଙ୍ଗ ଆଉ ମହିଳାମାନଙ୍କ ପାଇଁ ସୁରକ୍ଷିତ ନୁହେଁ। ମହିଳାମାନଙ୍କ ପାଇଁ ପଶ୍ଚିମବଙ୍ଗକୁ ସୁରକ୍ଷିତ କରିବା ପାଇଁ ଦ୍ୱିତୀୟ ପୁନର୍ଜାଗରଣ ଆବଶ୍ୟକ।
ଗତକାଲି ସେ ହସ୍ପିଟାଲକୁ ଯାଇ ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଡାକ୍ତରଙ୍କଠାରୁ ପଚାରି ବୁଝିଥିଲେ ଏବଂ ପୀଡିତାଙ୍କ ପିତାମାତାଙ୍କୁ ମଧ୍ୟ ଭେଟିଥିଲେ।
ଏପରି ଘଟଣାର ପୁନରାବୃତ୍ତି ରୋକିବା ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି । ରାଜ୍ୟପାଳ ପୀଡ଼ିତାଙ୍କ ପିତାମାତାଙ୍କୁ ନ୍ୟାୟର ଆଶ୍ୱାସନା ଦେଇଥିଲେ। ସେ କହିଛନ୍ତି ଯେ ଘଟଣା ବିଷୟରେ ପୂର୍ବରୁ ବିସ୍ତୃତ ବିବରଣୀ ମାଗିସାରିଛନ୍ତି। ଦୁର୍ଗାପୁରରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ମାମଲାରେ ପୁଲିସ ପଞ୍ଚମ ଅଭିଯୁକ୍ତ ସଫିକୁଲ ଶେଖଙ୍କୁ ମଧ୍ୟ ଗିରଫ କରିଛି।




















