ଓଡ଼ିଶା ଲିଡ୍ସ(ବ୍ୟୁରୋ): ଯୁଦ୍ଧ ଖୋର ପାକିସ୍ତାନ ଆଫଗାନିସ୍ତାନ ସହ ଯୁଦ୍ଧ କରି ଏବେ ମୂଲ୍ୟ ଦେଉଛି । ସୀମାରେ ଉଭୟ ଦେଶର ଉତ୍ତେଜନା ଯୋଗୁ ପାକିସ୍ତାନରେ ଅହେତୁକ ମୂଲ୍ୟ ବୃଦ୍ଧି ପାଇଛି। ପାକିସ୍ତାନ ରାୱଲପିଣ୍ଡିରେ ଟମାଟୋ କିଲୋ ୬୦୦ ଟଙ୍କାରେ ପହଞ୍ଚିଥିଲା ବେଳେ ଅଦା କିଲୋ ୭୫୦ ଟଙ୍କାରେ ପହଞ୍ଚିଛି ।
ପାକିସ୍ତାନ ଗଣ ମାଧ୍ୟମ ଖବର ଅନୁଯାୟୀ ରାୱଲପିଣ୍ଡି ସବଜି ମଣ୍ଡି ବ୍ୟବସାୟୀ ସଂଘର ସଭାପତିଙ୍କ କହିବା ଅନୁଯାୟୀ ଟମାଟୋ ଯୋଗାଣ କମ ଥିଲା ବେଳେ ଚାହିଦା ଅଧିକ ରହିଛି। ପୂର୍ବରୁ ପାକିସ୍ତାନରୁ ଟମାଟୋ ଆମଦାନୀ କରାଯାଉଥିଲାବେଳେ ଏବେ ତାହା ବନ୍ଦ ହୋଇ ଯାଇଛି । ଉଚ୍ଚା ମୂଲ୍ୟ ଯୋଗୁ ଛୋଟ ପନିପରିବା ବିକ୍ରେତାମାନେ ଟମାଟୋ, ମଟର, ଅଦା ଏବଂ ରସୁଣ ବିକ୍ରି ପ୍ରାୟତଃ ବନ୍ଦ କରିଦେଇଛନ୍ତି। ରସୁଣ କିଲୋ ୪୦୦ ଟଙ୍କା ଏବଂ ଅଦା କିଲୋ ୭୫୦ ଟଙ୍କାରେ ପହଞ୍ଚିଛି। ପିଆଜ କିଲୋ ୧୨୦ ଟଙ୍କା ଏବଂ ମଟର କିଲୋ ୫୦୦ରେ ପହଞ୍ଚିଛି। ଏଭଳି ମୂଲ୍ୟବୃଦ୍ଧି ପାକିସ୍ତାନୀଙ୍କ ମୁଣ୍ଡରେ ଚଡକ ପକାଇ ଦେଇଛି ।




















