ଓଡ଼ିଶା ଲିଡ୍ସ(ବ୍ୟୁରୋ):ପାକିସ୍ତାନର ଏୟାର ଷ୍ଟ୍ରାଇକରେ ତାଲିବାନ ଶିକ୍ଷା ମନ୍ତ୍ରୀ ନିଦା ମହମ୍ମଦ ନଦୀମଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପାକିସ୍ତାନ-ଆଫଗାନିସ୍ତାନ ଯୁଦ୍ଧ ଏବେ ଚରମ ସୀମାରେ ପହଞ୍ଚିଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ କାରରେ ତାଲିବାନର ଜଣେ ମୁଖ୍ୟ କମାଣ୍ଡର ଯାତ୍ରା କରୁଥିଲେ ଏବଂ ପାକିସ୍ତାନର ମିଜାଇଲ୍ ମାଡ଼ରେ ତାଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାକୁ ନେଇ ପ୍ରତିଶୋଧ ପରାୟଣ ହୋଇଉଠିଛି ତାଲିବାନ । ଅନ୍ୟଏକ ରିପୋର୍ଟ ଅନୁଯାୟୀ, ଆକାଶ ମାର୍ଗରୁ ପାକିସ୍ତାନର ଆକ୍ରମଣ ଫଳରେ ତାଲିବାନର ୧୩୩ଜଣ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୦ରୁ ଅଧିକ ମଧ୍ୟ ଆହତ ହୋଇଛନ୍ତି। ଉଭୟ ଦେଶ ଯୁଦ୍ଧ ରୋକିବାକୁ ବିଭିନ୍ନ ରାଷ୍ଟ୍ରମୁଖ୍ୟ ପରାମର୍ଶ ଦେଇଛନ୍ତି ।




















