ଓଡ଼ିଶା ଲିଡ୍ସ(ଯାଜପୁର): ଦାନଗଦଦୀ ବ୍ଲକର ପୂର୍ବତନ ବିଜେଡି ସଭାପତି ଦିଲ୍ଲୀପ ନାୟକଙ୍କ ହୃଦ୍ଘାତରେ ବିୟୋଗ ହୋଇଯାଇଛି । ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ନୂଆପଡ଼ାରେ ଥିଲା ବେଳେ ଏହି ଖବର ପାଇ ମର୍ମାହତ ହୋଇଛନ୍ତି । ନିଜ ଶୋକ ବାର୍ତ୍ତାରେ ଇଂ ଘଡାଇ କହିଛନ୍ତି ଏହି ଖବର ଶୁଣି ମୁଁ ଗଭୀର ଦୁଃଖିତ ଓ ମର୍ମାହତ। ଭଗବାନ ତାଙ୍କ ଅମର ଆତ୍ମାକୁ ସଦ୍ଗତି ପ୍ରଦାନ କରନ୍ତୁ। ଏଭଳି ଦୁଃଖଦ ସମୟରେ ଭଗବାନ ତାଙ୍କ ପରିବାରବର୍ଗଙ୍କୁ ସାହସ ଓ ଧୈର୍ଯ୍ୟ ପ୍ରଦାନ କରିବାକୁ ପ୍ରାର୍ଥନା କରୁଛି । ସେ ଦଳର ଜଣେ ନିଷ୍ଠାପର କର୍ମୀ ଭାବେ ବେଶ ଲୋକପ୍ରିୟ ଥିଲେ । ତାଙ୍କ ବିୟୋଗ ଆମ୍ଭ ମାନଙ୍କ ପାଇଁ ଅପୁରଣୀୟ କ୍ଷତି ।




















