ଓଡ଼ିଶା ଲିଡ୍ସ(ବ୍ୟୁରୋ): ଆଜିଠାରୁ ଆରମ୍ଭ ହୋଇଛି ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ । ପ୍ରଥମ ଟେଷ୍ଟରେ ପ୍ରଥମେ ଭାରତ ବ୍ୟାଟିଂ କରିଛି । ଭାରତ ପକ୍ଷରୁ କେ.ଏଲ.ରାହୁଲ ଓ ଯଶସ୍ୱୀ ଜୟସୱାଲ ଇନିଂସ ଆରମ୍ଭ କରିଥିଲେ । ପ୍ରଥମ ଇନିଂସରେ ଯଶସ୍ୱୀ ଦମଦାର ଶତକ ଅର୍ଜନ କରିଛନ୍ତି । ଯଶସ୍ୱୀ ୧୫୮ ବଲରେ ୧୦୧ ରନ କରି ଆଉଟ ହୋଇଛନ୍ତି । ତାଙ୍କର ଏହି ଶତକୀୟ ଇନିଂସ ମଧ୍ୟରେ ସେ ୧୬ ଟି ଚୌକା ଓ ଗୋଟିଏ ଛକା ମାରିଛନ୍ତି । ତାଙ୍କୁ ବେନ ଷ୍ଟୋକସ ଆଉଟ କରିଥିଲେ ।




















