ଓଡ଼ିଶା ଲିଡ୍ସ(ବ୍ୟୁରୋ): ରେଢ଼ାଖୋଲ ବିଧାୟକ ତଥା ଵିରୋଧି ଦଳ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ଧର୍ମପତ୍ନୀ ଚାରୁଶୀଳା ଆଚର୍ଯ୍ୟଙ୍କର ଆଜି ପ୍ରାତ ସମୟରୁ ଦେହାନ୍ତ ହୋଇ ଯାଇଛି । ଏହି ଖବର ପାଇ ଗଭୀର ଶୋକ ପ୍ରକାଶ କରିଛନ୍ତି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ଇଂ ଘଡାଇ ନିଜ ଶୋକ ବାର୍ତ୍ତାରେ କହିଛନ୍ତି ସ୍ୱର୍ଗତା ଆଚାର୍ଯ୍ୟଙ୍କ ଦେହାନ୍ତ ମୋତେ ଗଭୀର ମର୍ମାହତ କରିଛି । ତାଙ୍କ ଆତ୍ମାର ସଦ୍ଗତି କାମନା ସହିତ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ଇଂ ଘଡାଇ ।
