ଓଡ଼ିଶା ଲିଡ୍ସ(ବ୍ୟୁରୋ): ବରୀ-ଡେରାବିଶର ପୂର୍ବତନ ବିଧାୟକ କୁଳମଣି ରାଉତଙ୍କର ଆଜି ଦେହାନ୍ତ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା । ସେ ୧୯୯୦ ରୁ ୧୯୯୫ ମସିହା ପର୍ଯ୍ୟନ୍ତ ସେ ବରୀ-ଡେରାବିଶର ବିଧାୟକ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ନିଜ ସମୟରେ ସେ ନିଜ ନିର୍ବାଚନ ମଣ୍ଡଳୀର ବିକାଶ ପ୍ରତି ବିଶେଷ ଧ୍ୟାନ ଦେଇଥିଲେ । ଜଣେ ଆମାୟିକ ବ୍ୟକ୍ତି ଭାବେ ତାଙ୍କର ବେଶ ଲୋକପ୍ରିୟତା ରହିଥିଲା । ଆଜି ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁରେ ବରୀ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି ।




















