ଓଡ଼ିଶା ଲିଡ୍ସ(ବ୍ୟୁରୋ):ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ସରକାର ଓ ଓଏଏସ ସଂଘ ମୁହାଁ ମୁହିଁ ହୋଇଥିଲା ବେଳେ ଦାବି ପୂରଣ ନହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ସ୍ପଷ୍ଟ କରିଛି ଓଏଏସ ସଂଘ । ଆକ୍ରମଣର ପ୍ରଚ୍ଛଦ ପଟ୍ଟରେ ଯିଏ ଅଛି ତାଙ୍କର ଗିରଫ ଜରୁରୀ ବୋଲି ସଂଘ ଦୃଢୋକ୍ତି କରିଛି । ମାସ ମାସ ଧରି ତଦନ୍ତ ନ କରି ତିନି ଦିନ ଭିତରେ ତଦନ୍ତ ସାରି ସରକାର ଆକ୍ସନ ନେବା ଜରୁରୀ ବୋଲି ଓଏଏସ ସଂଘ ପକ୍ଷରୁ କୁହାଯାଇଛି । ବନ୍ୟାଞ୍ଚଳରେ ନିୟୋଜିତ ଥିବା ଓଏଏସ ଅଧିକାରୀମାନେ କାର୍ଯ୍ୟ କରୁଛନ୍ତି ଏବଂ ରଥଯାତ୍ରାରେ ନିୟୋଜିତ ଥିବା ଓଏଏସ ଅଧିକାରୀମାନେ ମଧ୍ୟ ନିଜ କାର୍ଯ୍ୟ ସମ୍ପାଦନ କରୁଛନ୍ତି । ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ ସଂଘ ୩ଟି ଦାବି ରଖିଛି । ମୁଖ୍ୟମନ୍ତ୍ରୀଙ୍କ ଉପରେ ପୂର୍ଣ୍ଣ ଭରସା ରହିଛି । ସେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଓଏଏସ ସଂଘ କହିଛି ।
